
ପାରାଦୀପ : ଓଡ଼ିଶାରେ ସାହସିକ କ୍ରୀଡ଼ା ଓ ଜଳପର୍ଯ୍ୟଟନକୁ ଏକ ନୂଆ ଦିଶା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ମହାନଦୀ ବକ୍ଷରେ ଆୟୋଜିତ ହେଉଛି ବହୁ ପ୍ରତିକ୍ଷିତ ‘ମହାନଦୀ ରିଭର ରାଫ୍ଟିଂ ୨୦୨୬’। ଏଥିରେ ମୁଖ୍ୟ ଅତିଥି ଭାବେ ସୁଧାକର ନାୟକ ଆଦଡିଶିନାଲ ସେକ୍ରେଟେରି ଅଫ ଓଡ଼ିଶା , ସମ୍ମାନୀତ ଅତିଥି ଭାବେ ଶ୍ରୀକାନ୍ତ ପରିଡା ଓମ୍ପା, ଅନ୍ୟ ଅତିଥି ମଧ୍ୟରେ ସଞ୍ଜିବି କୁମାର ମଙ୍ଗରାଜ, ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ lଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ନ୍ୟାସନାଲ ଆଡଭେଞ୍ଚର ଫାଉଣ୍ଡେସନ (ଓଡ଼ିଶା ଶାଖା)ର ଯୌଥ ଆନୁକୂଲ୍ୟରେ ଏହି ମେଗା ଆଡଭେଞ୍ଚର ଇଭେଣ୍ଟର ଆୟୋଜନ କରାଯାଇଛି ଏହି ବିଶାଳ ରିଭର ରାଫ୍ଟିଂ ଅଭିଯାନ କଟକ ଜିଲ୍ଲାର ପ୍ରସିଦ୍ଧ ପୀଠ ଭଟ୍ଟାରିକାରୁ ଆରମ୍ଭ ହୋଇ ଜଗତସିଂହପୁର ଜିଲ୍ଲାର ପାରାଦ୍ଵୀପ ପର୍ଯ୍ୟନ୍ତ ଅତିକ୍ରମ କରିଛନ୍ତି ଦସ୍ ଜିଲ୍ଲାର ଶାଠିଏ ଜଣ ପ୍ରତିଯୋଗୀ। ଗତ ୩୧ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଏହି ସାହସିକ ଯାତ୍ରା ଆସନ୍ତା ୭ ନଭେମ୍ବର ୨୦୨୬ ରେ ଶେଷ ହୋଇଛି।ଏହା ଦ୍ବାରା ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ସାହସିକତା ଓ ଏକତା ମନୋଭାବ ସୃଷ୍ଟି କରିବା ସହ ଓଡ଼ିଶାରେ ରିଭର ଟୁରିଜିମ୍ ବା ନଦୀ ଭିତ୍ତିକ ପର୍ଯ୍ୟଟନର ବହୁଳ ପ୍ରସାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ।ମହାନଦୀର ପ୍ରଖର ସ୍ରୋତ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ରାଫ୍ଟରମାନେ ନିଜର ଅଦମ୍ୟ ସାହସର ପ୍ରଦର୍ଶନ କରୁଛନ୍ତି, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଛି ଏହି ଭଳି ଆଡଭେଞ୍ଚର ସ୍ପୋର୍ଟସ ଓଡ଼ିଶାର କ୍ରୀଡ଼ା କ୍ଷେତ୍ରକୁ ଆହୁରି ଆଗକୁ ନେବ ବୋଲି ନିଜ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ । ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍