

ଚଣ୍ଡିଖୋଲ,୨୨/୧୦(କ ବ୍ୟୁ) ଚଣ୍ଡିଖୋଲ ନିକଟସ୍ଥ ହରିଦାସ ପୁର ସ୍ଥିତ ଓସିଏନ୍ ୱାନ ପବ୍ଲିକ ସ୍କୁଲ ୨୦୧୦ରେ ଡ ଦିଲ୍ଲୀପ କୁମାର ନାୟକ ଓ ଡ ସସ୍ମିତା ଗାହାଣ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରତିଷ୍ଠା କରାଯାଇ ଗ୍ରାମାଞ୍ଚଳ ର ଛାତ୍ର ଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ଅଦ୍ୟାବଧି କାର୍ଯ୍ୟ କରି ଆସୁଅଛି। ଓଡ଼ିଶା ସରକାରଙ୍କ ଦ୍ୱାରା ତୃତୀୟ ଥର ପାଞ୍ଚ ବର୍ଷ ପାଇଁ ୨୦୨୬-୨୭ ଶିକ୍ଷା ବର୍ଷ ଠାରୁ ୨୦୩୦-୩ ୧ଶିକ୍ଷା ବର୍ଷ ପର୍ଯ୍ୟନ୍ତ ସରକାରୀ ସ୍ୱୀକୃତି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସାଲିମା ଜେନା ଙ୍କୁ ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଉକ୍ତ ସରକାରୀ ସ୍ୱୀକୃତି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି ଖବର ପ୍ରକାଶ ପାଇବା ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ପୁରାତନ ଛାତ୍ର ଛାତ୍ରୀ, ଅଭିଭାବକ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟି ସଦସ୍ୟ ସଦସ୍ୟା, ହରିଦାସ ପୁର, ଆରୁହା, ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ୍ ଡକ୍ଟର ନାୟକ ଓ ଡକ୍ଟର ଗାହାଣ ବିଦ୍ୟାଳୟ ସମ୍ପାଦକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଧର୍ମଶାଳା ମଣ୍ଡଳ ଶିକ୍ଷଧିକାରୀ ଙ୍କୁ କୃତଜ୍ଞତା ଜଣାଇ ବା ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଆନ୍ତରିକତା ସହ ଶିକ୍ଷାଦାନ କରିବାକୁ ପରାମର୍ଶ ଦେବା ସହିତ ଶିଶୁ ବାଟିକା ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉତ୍ସର୍ଗୀକୃତ ଶିକ୍ଷାଦାନ, ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି, ଶାନ୍ତକାନ୍ତ ସବୁଜ ପରିବେଶ ପାଇଁ ଉକ୍ତ ବିଦ୍ୟାଳୟଟି ପୂର୍ବକାଳର ଗୁରୁକୁଳ ଆଶ୍ରମ ର ଭ୍ରମ ସୃଷ୍ଟି କରୁଛି।