ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ଓସ୍ୱାନ ମାଧ୍ୟମରେ ସାଧୁତାର ଶପଥ ପାଠ

ବାରିପଦା, ତା୨୭/୧୦/୨୦୨୬
(କ: ବ୍ଯୁ)

           ଦୁର୍ନୀତି ନିବାରଣ ସଚେତନତା ସପ୍ତାହ–୨୦୨୬ ଅବସରରେ ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆୟୋଜିତ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ସହ ସଂଯୁକ୍ତ ହୋଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ହଲ୍‌ରେ ମଧ୍ୟ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଓସ୍ୱାନ ପ୍ଲାଟଫର୍ମ ମାଧ୍ୟମରେ ଆଭାସୀ ଭାବେ ଯୋଗଦେଇ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସାଧୁତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ।

           ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନେତୃତ୍ୱରେ ଆୟୋଜିତ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଦୁଃଖବନ୍ଧୁ ନାୟକ ଓ ଈଶ୍ୱର ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।

            ଏହି ଅବସରରେ ସମସ୍ତେ ସରକାରୀ କାର୍ଯ୍ୟରେ ସଚ୍ଚୋଟତା ଓ ନିରପେକ୍ଷତା ଅବଲମ୍ବନ କରିବା, ନିଜ ନିଜର ଦାୟିତ୍ୱ ସ୍ୱଚ୍ଛତାର ସହ ନିର୍ବାହ କରିବା, ଦୁର୍ନୀତିରୁ ଦୂରେଇ ରହିବା ଏବଂ ଜନସାଧାରଣଙ୍କୁ ସ୍ୱଚ୍ଛ ଓ ନିରପେକ୍ଷ ସେବା ପ୍ରଦାନ କରିବା ପାଇଁ ଶପଥ ଗ୍ରହଣ କରିଥିଲେ । ଏକ ସ୍ୱଚ୍ଛ, ଦାୟିତ୍ୱବାନ ଓ ଜନକୈନ୍ଦ୍ରିକ ପ୍ରଶାସନିକ ବ୍ୟବସ୍ଥା ଗଠନ ନିମନ୍ତେ ନୈତିକ ମୂଲ୍ୟବୋଧ, ସାମୂହିକ ସଚେତନତା ଓ ଉତ୍ତରଦାୟିତ୍ୱର ଗୁରୁତ୍ୱ ଉପରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା ।
 ଦୀନବନ୍ଧୁ ବାରିକ 

(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *