

କଟକ, ତା୧୮.୧୦.୨୦୨୬ ରିଖ : ପାର୍ବଣ ସମୟରେ ଅବକାରୀ ନିୟମର କଡ଼ାକଡ଼ି ଅନୁପାଳନ ଏବଂ ବେଆଇନ କାର୍ଯ୍ୟକଳାପ ରୋକିବା ଉଦ୍ଦେଶ୍ୟରେ କଟକ ଅବକାରୀ ବିଭାଗ ପକ୍ଷରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପାଟ୍ରୋଲିଂ ଓ ଯାନବାହନ ଯାଞ୍ଚ କରାଯାଇଛି।ଏହି ଅଭିଯାନରେ ଆଜି ସାଲେପୁର ଅଞ୍ଚଳର ବିଭିନ୍ନ ମଦ ଦୋକାନରେ ଯାଞ୍ଚ କରାଯାଇଛି। ଏଥିସହ କଟକ ଓ ଏହାର ଆଖପାଖ ଅଞ୍ଚଳ, ବିଶେଷକରି ବିଡ଼ାନାସୀ ଓ ବାରଙ୍ଗ ଅଞ୍ଚଳରେ ନିୟମିତ ମଦ ଦୋକାନ ଯାଞ୍ଚ ଜାରି ରହିଛି। ଏହି କ୍ରମରେ ଅବକାରୀ ଟିମ୍ ପକ୍ଷରୁ ମୋଟ ୨୫ଟି ମଦ ଦୋକାନ ଯାଞ୍ଚ କରାଯାଇଛି। ଅନ୍ୟ ଜିଲ୍ଲାର ସୀମାନ୍ତ ଅଞ୍ଚଳରୁ କଟକକୁ ପ୍ରବେଶ କରୁଥିବା ଯାନବାହନଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି। ପାର୍ବଣ ସମୟରେ ଅବକାରୀ ନିୟମର ଉଲ୍ଲଂଘନ ରୋକିବା ସହ ବେଆଇନ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ବିଭାଗ ପକ୍ଷରୁ ଏହି ଯାଞ୍ଚ ଓ ଚଢ଼ଉ ଅଭିଯାନକୁ ଆଗାମୀ ଦିନରେ ଆହୁରି କଡାକଡି କରାଯିବ ବୋଲି ସୂଚନା ଦିଆଯାଇଛି।