


ଗାଇସିଲେଟତା 15-10-26 ରିଖ : ପୁରାତନ କଳାରେ ରାଜ୍ୟ ବିହୀନ ହେଲେ ହାତୀ ସୁନା କଳସ ଢାଳି ନୂତନ ରାଜା ମନୋନୀତ ହେଉଥିଲା l କିନ୍ତୁ ବର୍ତମାନ ଭୋଟରେ ମନ୍ତ୍ରୀ ଚୟନ ଚାଲିଛି l
ଏହି ଭୋଟ ଚୟନ ପ୍ରଥା ବର୍ତମାନ ଦୁଇ ପ୍ରକାର ଯଥା ପ୍ରଥମରେ ଅଲିଭା କାଳିରେ ଭୋଟ ଦାନ ଓ ଦ୍ଵିତୀୟରେ EVM ବା ଇଲେକ୍ଟ୍ରୋନିକ୍ସ ଭୋଟିଙ୍ଗ ମେସିନ ଯୋଗେ ନିଜ ମତଦାନ ଚୟନ l କିନ୍ତୁ ଆଜି ଏହି ମତଦାନ ଚୟନ ଉପରେ ନ ହୋଇ ସାତଟି ଭିନ୍ନ ଭିନ୍ନ ମତଦାନକୁ ଏକା ଥରକେ evm ବା ଅଲିଭା କାଲିରେ ନ ହୋଇ ପ୍ରଶାସନର ତୀକ୍ଷ୍ଣ ବୁଦ୍ଧିରେ ଭିନ୍ନ ଭେଦ ନିଜ କଲମ ମୁନରେ ଭୋଟ ଚୟନ କରାଯାଇଛି l ଏହି ଚୟନ କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟ ଡ଼. ଶ୍ରୀଯୁକ୍ତ ଜୟକେତନ ତ୍ରିପାଠୀ ଙ୍କ ପରିଚାଳନା ଭାର ରହିଥିବା ବେଳେ ତାକୁ ଲାଘବ କରିବାକୁ ଯାଇ ଦାୟିତ୍ୱ ପାରାୟଣ ଅଧ୍ୟାପକ ଶ୍ରୀଯୁକ୍ତ ସୁଦୀପ୍ତ କୁମାର ଦାସଙ୍କୁ ନିର୍ବାଚନୀ ଦାୟିତ୍ୱ ସମ୍ପୂର୍ଣ୍ଣ ଦେଇଛନ୍ତି ଓ ତାହା ଅଧ୍ୟାପକ ଦାଶ ସୁଚାରୁ ରୂପେ ଶାନ୍ତିର ସହିତ କର୍ତ୍ତବ୍ୟ ନିଭାଇଛନ୍ତି l ଯାହାକି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପହରା ଦେଉଥିବା ପୋଲିସର ଅନାବଶ୍ୟକ ରହିଛି l ଏହିକ୍ରମରେ ଆଜି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ପଞ୍ଚାୟତ ସମିତି ମହା ବିଦ୍ୟାଳୟ ଗାଇସିଲେଟ ଠାରେ ମହା ବିଦ୍ୟାଳୟର ସର୍ଵ ପ୍ରଥମ ସଭାପତି ଚୟନ ହୋଇ ଯାଇଛି l ଏହି ଚୟନ କାର୍ଯ୍ୟକ୍ରମରେ ସାତ ଜଣ ଙ୍କୁ ନେଇ ସଭାପତି ସମ୍ପାଦକ ଆଦି ଚୟନରେ ଅବତୀର୍ଣ ହୋଇଛନ୍ତି l ସେମାନେ ହେଲେ ସଭାପତି ଓମ ପ୍ରକାଶ ପଧାନ, ଉପ- ସଭାପତି ଚିନ୍ତାମଣି ସାହୁ,ସେକ୍ରେଟେରୀ ବିଶ୍ଵାମିତ୍ର ସାହୁ,ସହସମ୍ପାଦକ ଶ୍ରୀକାନ୍ତ ସାହୁ,ଡେ ସ୍କୋଲାର ଏସୋସିଏସନ ସେକ୍ରେଟେରୀ ଧର୍ମେନ୍ଦ୍ର ସାହୁ, ଡ୍ରାମା sec.- ଫିରୋଜ ଭୋଇ ଓ ଏଥେଲେଟିକ sec.ଶଙ୍କର ସାହୁ ବିଜୟୀ ଅଟନ୍ତି l ଜଣାପଡେ ଯେ ସେମାନେ ଭାଗ୍ୟବାନ ଅଟନ୍ତି l ଏହି ଯୁକ୍ତ ତିନି ବା +3ଛାତ୍ର ଛାତ୍ରୀ ଯେଉଁ ମାନଙ୍କୁ ଚୟନ କରିଛନ୍ତି, ସେମାନେ ନିଜ ଭାଗ୍ୟ ଓ କର୍ମା ବଳରେ ଅର୍ଜନ କରିଥିବା ପଦବୀଙ୍କୁ ସୁଚାରୁ ତୁଲାଇବାର ଆଶା କରାଯାଉଛି l କାରଣ ନିର୍ବାଚନରେ ପ୍ରଥମ ନିର୍ଘଣ୍ଟ ସମୟରୁ ଧର୍ଯ୍ୟର ସହିତ ଛାତ୍ରଛାତ୍ରୀ ପରିସମାପ୍ତିର ମତାମତ ଫଳକୁ ଶାନ୍ତିର ସହ ଅପେକ୍ଷା ରତ ଥିଲେ ଓ ଉଚିତ ଫଳାଫଳଶୁଣି ଶାନ୍ତିରେ ଘରକୁ ପ୍ରତ୍ୟାବର୍ତନ କରିଥିଲେ l ଛାତ୍ରଛାତ୍ରୀ ଏହି ମତ ସାବ୍ୟସ୍ତକୁ କଲେଜ ପରିସରରୁ ରାଜନୀତିକୁ ନ ନେଇ କଲେଜର ପ୍ରିନ୍ସିପାଲ, ଅଧ୍ୟାପକ ଅଧ୍ୟାପିକା, କିରାଣୀ ଓ କଲେଜ ସହଯୋଗୀ ମାନଙ୍କୁ ଯଥୋଚିତ ସମ୍ମାନ ଦେଇ ମହା ବିଦ୍ୟାଳୟର ନିୟମକୁ କେନ୍ଦ୍ରb କରି ଭବିଷ୍ୟତ ଉଚ୍ଚ ଶିକ୍ଷା ଓ ଅଞ୍ଚଳର ପରିସରର ମାନ ମର୍ଯ୍ୟାଦା ଆଖୁର୍ଣ ବଜାଏ ରଖିବା ଉପରେ ପ୍ରିନ୍ସିପାଳଙ୍କ ଦେଇଥିବା ଶିକ୍ଷାକୁ ନୀତିଶିକ୍ଷା ଭାବରେ ପାଳନ କରିବା କର୍ତ୍ତବ୍ୟ ପରାୟଣର ଦାୟିତ୍ୱ ଅଟେ l ଯେପରି ପୁରାତନ କଳାରେ ଆଶ୍ରାମରେ ଯିଏ ଶିକ୍ଷା ଗ୍ରହଣ କରିବାକୁ ଯିବ ସିଏ କଷ୍ଟ କେତେ ସହୁଥିଲେ l ମଣିଷର ତିନିଟି ନିୟମ ପାଳନ ଯିଏ କରିଥାଏ ତାର ନିଶ୍ଚୟ ଉନ୍ନତିର ମାର୍ଗ ଆଗକୁ ସରଳ ଥାଏ l ସେହିଁ ତିନି ମାର୍ଗ :- ଚଞ୍ଚଳତା, ସମୟାନୁ -ବର୍ତ୍ତିତା ଓ ଦାୟିତ୍ୱ ଗୁଣବତ୍ତା ଅଟେ l