ଦୁଷ୍କର୍ମକାରି କୁ ୧୦ ବର୍ଷ ଜେଲଦଣ୍ଡାଦେଶ

ବାରିପଦା/ଉଦଳା ତା୧୬/୧୦/୨୦୨୬ (କ ବ୍ଯୁ) : ଜଣେ ଦୁଷ୍କର୍ମକାରି କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି ଉଦଳା ଅତିରିକ୍ତ ଜିଲ୍ଲା ଦୌରାଜଜ ପ୍ରଦୀପ କୁମାର ବେହେରା। ଗତ ୨୦୨୨ ମସିହା ଜୁଲାଇ ମାସ ୧୩ ତାରିଖ ରାତିରେ ଶରତ ଥାନା ଅଞ୍ଚଳ ର ଜଣେ ବିଧବା ମହିଳା ଙ୍କୁ ଢିପାସାହି ଗ୍ରାମର ଗୟାଧର ସିଂ ଘରେ ପଶି ଦୁଷ୍କର୍ମ କରିବା ସହିତ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଯାହା ବାବଦରେ ମହିଳା ଜଣକ ପରଦିନ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମରେ ଏକ ବୈଠକ ମଧ୍ୟ ବସିଥିଲା। ହେଲେ କୌଣସି ନିଷ୍କର୍ଷ ବାହାରି ପାରି ନ ଥିଲା। ଯାହା ପରେ ଘଟଣା ବାବଦରେ ବିଧବା ମହିଳା ଜଣକ ଶରତ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେଶ ନମ୍ବର – ୬୦/୨୨ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଗୟାଧର କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଶୁକ୍ରବାର ଉକ୍ତ ଘଟଣାର ରାୟ ପ୍ରକାଶ ପାଇଛି। ଉଦଳା ଅତିରିକ୍ତ ଜିଲ୍ଲା ଦୌରାଜଜ ୯ ଜଣ ସାକ୍ଷୀ ଏବଂ ୧୦ ଦସ୍ତାବିଜ ଯାଞ୍ଚ ପରେ ଅଭିଯୁକ୍ତ କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଯାହାକି ଅଭିଯୁକ୍ତ ଗୟାଧର ନାମରେ ଆଇପିସି ଧାରା ୩୨୩ ଅନୁସାରେ ଏକ ବର୍ଷ ଜେଲଦଣ୍ଡାଦେଶ ଶୁଣାଇବା ସହିତ ଏକ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ବାବଦକୁ ଆଉ ୩ ମାସ ଅଧିକ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡିବ। ସେହିପରି ଆଇପିସି ଧାରା ୪୫୦ ଅନୁସାରେ ୫ ବର୍ଷ ଜେଲ ଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ବାବଦକୁ ୬ ମାସ ଅଧିକ ଜେଲ ଦଣ୍ଡାଦେଶ ହେବ। ଏହା ବାଦ ଧାରା ୩୭୬(୧)ଅନୁସାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହିତ ୧୦ ହଜାର ଜୋରିମାନା ଏବଂ ଜୋରିମାନା ଅନାଦେୟ ବାବଦକୁ ଏକ ବର୍ଷ ଅଧିକ ଜେଲ ଦଣ୍ଡାଦେଶ ଭୋଗିବାକୁ ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ। ସମୁଦାୟ ଅଭିଯୁକ୍ତ ଗୟାଧର କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଏବଂ ୧୬ ହଜାର ଟଙ୍କା ଜୋରିମାନା ରାୟ ପ୍ରକାଶ ପାଇଛି। ସରକାରଙ୍କ ତରଫରୁ କ୍ୟାଡର ଆଡିସନାଲ ପିପି ଲିଲେଶ କୁମାର ଜେନା କେଶ ପରିଚାଳନା କରିଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *