କେଡିଏ ଗ ଗ୍ୟାସ୍ ପାଇପ୍ ଅଗ୍ନିକାଣ୍ଡ : ଜିଲ୍ଲାପାଳଙ୍କୁ ଓଡ଼ିଶା ଜନତା କଂଗ୍ରେସର ଦାବିପତ୍ର ପ୍ରଦାନ

କଟକ ତା ୧୫/୧୦ : କେଡିଏ ସେକ୍ଟର – ୧୦ ଅଞ୍ଚଳରେ ଭୂତଳ ଗ୍ୟାସ୍ ପାଇପ୍ ଲାଇନ୍ ଲିକ୍

ହୋଇ ଘଟିଥିବା ଭୟାବହ ଅଗ୍ନିକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି । ଏହି ଘଟଣାରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ଅଭାବ ଓ ନିମ୍ନମାନର କାର୍ଯ୍ୟକୁ ଦାୟୀ କରି ଓଡ଼ିଶା ଜନତା କଂଗ୍ରେସ ପାର୍ଟି, କଟକ ସହର ସଭାପତି ଶ୍ରୀମତୀ ଗିରିବାଳା ବେହେରାଙ୍କ ନେତୃତ୍ବରେ ଏକ ପ୍ରତିନିଧ୍ ଦଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ କମଲଜିତ ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

| ସହରରେ ଡୁପ୍ଲିକେଟ୍ ପାଇପ୍ ବ୍ୟବହାର ହେଉଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି ବୋଲି ଶ୍ରୀମତୀ ବେହେରା ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଗେଲ୍ ଇଣ୍ଡିଆ କଟକ ସହର ସାହି ଭିତର ଘରକୁ ଘର ଗ୍ୟାସ୍ ସଂଯୋଗ ଦେବାକୁ ଥିବାବେଳେ ଏପରି ବେପରୁଆ କାର୍ଯ୍ୟ ଚାଲିଲେ ପରିସ୍ଥିତି ଅତି ଶୋଚନୀୟ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ତେଣୁ ଘଟଣାର ତୁରନ୍ତ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡବିଧାନ କରିବା, ଅଗ୍ନିକାଣ୍ଡରେ ଗୁରୁତର ଆହତ ହୋଇଥିବା ଜଳଖୁଆ ଦୋକାନୀଙ୍କୁ ଆର୍ଥିକ ସହାୟତା ସହ ତାଙ୍କ ପରିବାରର ଜଣଙ୍କୁ ଚାକିରି ପ୍ରଦାନ କରିବା ଏବଂ କ୍ଷତିଗ୍ରସ୍ତଙ୍କୁ ସହାଯ ସହାୟତା ଦେବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି I ଦାବି ପୂରଣ ନହେଲେ ଆନ୍ଦୋଳନ କରାଯିବ ବୋଲି ଶ୍ରୀମତୀ ବେହେରା I ସୂଚନା ଦେଇଛନ୍ତି ଅନ୍ୟମାନଙ୍କ ମ ମଧ୍ୟରେ ରାଜ୍ୟ ଓଜେସି ମହିଳା ସଭାନେତ୍ରୀ ଶୈଳବାଳା ଜେନା, ବରିଷ୍ଠ ଓଜେସି ନେତା କେଦାର ପୃଷ୍ଟି ଓ ଅନିତା ନାୟକ, ବ୍ଲକ ସଭାପତି ରାକେଶ ମହାରଣା, ସୁରଜିତ ସାହୁ, ଅଜିତ୍ କୁମାର ବେହେରା, ପୂର୍ବତନ କର୍ପୋରେଟର କାଞ୍ଚନ ଦାସ, ଚନ୍ଦନ ଦାସ, ହିମାଂଶୁ ଶେଖର ସାହୁ, ଦିଲ୍ଲୀପ ମହାନ୍ତି, ଅମିତ୍ ତ୍ରିବେଦୀ, କେ ରମେଶ ରାଓ, ସେକ ଗୁଲାମ୍ ମୋଇଦିନ, ସେକ ବାବାଜନି, ରାଜଶ୍ରୀ ରାୟ, ପ୍ରଭାତୀ ପଟ୍ଟନାୟକ, ଅନିତା ବେହେରା, ମନୋରମା ପଣ୍ଡା, ଶିଲା ଶାହା, ଶେଷଦେବ ବେହେରା, ଦୀପକ ରାଉତ, ସ୍ବାଗତିକା ମହାପାତ୍ର, ଅନିତା ବେହେରା, ସେକ ଅଜିଜ, ଗୌତମ ପଣ୍ଡା, ସସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *