କଟକ ତା ତା ୧୩/୧୦- ସରକାର କଟକ ସହରକୁ ଶ୍ରୀହୀନ କରିବା ପାଇଁ ଯେଉଁ ଅପଚେଷ୍ଟା କରୁଛନ୍ତି, ତାହାକୁ କଟକବାସୀ କଦାପି ବରଦାସ୍ତ କରିବେ ନାହିଁ। କଟକରେ ଥିବା ରାଜ୍ୟ ପରିବହନ ପ୍ରାକରଣ (State Transport Authority-STA) เฉดู ดูด ସ୍ଥାନାନ୍ତର କରାଯିବା ଯିବା ଚର୍ଚ୍ଚାକୁ ନେଇ ଆଜି ତୀବ୍ର ବିରୋଧ ଦେଖୁବାକୁ ମିଳିଛି I
ଏହି କାର୍ଯ୍ୟାଳୟ ସମ୍ମୁଖରେ ଖରେ ଓଡ଼ିଶା ଜନତା କଂଗ୍ରେସ, କଟକ ସହର ପକ୍ଷରୁ ସଭାପତି ଗିରିବାଳା ବେହେରାଙ୍କ ନେତୃତ୍ବରେ ଏକ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା I କଟକରୁ ଗୋଟିଏ ପରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଅନ୍ୟତ୍ର ନିଆଯିବା ଐତିହାସିକ ସହରର ଗୌର ରବ ଉପରେ କୁଠାରାଘାତ ବୋଲି ଶ୍ରୀମତୀ ବେହେରା ଅଭିଯୋଗ କରିଥିଲେ I
ଏହା ପରେ ଏକ ପ୍ରତିନିଧ୍ ଦଳ ପରିବହନ କମିଶନର ଅମିତାଭ ଠାକୁରଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ I ଆଲୋଚନା ପରେ ପରିବହନ କମିଶନର ଶ୍ରୀ ଠାକୁର ସ୍ପଷ୍ଟ କରିଛନ୍ତି ଯେ, କଟକରୁ ଏହି କାର୍ଯ୍ୟାଳୟ ସ୍ଥାନାନ୍ତର ହେବାର କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏହି ଏହି ଖବର ସମ୍ପୂର୍ଣ୍ଣ ଭିଭିହୀନ ଏବଂ ଏଭଳି କୌଣସି ଗୁଜବ ବା ମିଥ୍ୟା ଖବର ଉପରେ ବିଶ୍ବାସ ନକରିବାକୁ ସେ କହିଛନ୍ତି I ଅନ୍ୟମାନଙ୍କ ମଧ୍ୟରେ ଓଜେସି ବରିଷ୍ଠ ନେତା କେଦାର ପୃଷ୍ଟି, ଓଜେସି ବ୍ଲକ ସଭାପତି ଲକ୍ଷ୍ମୀପ୍ରକାଶ ମହାପାତ୍ର, ଅଜିତ କୁମାର ବେହେରା ଓ ସୁରଜିତ ସାହୁ, ବରିଷ୍ଠ ନେତା ଶରତ ଚନ୍ଦ୍ର ଶେଠୀ, ଚନ୍ଦନ ଦାସ, ଦେବୀ ପ୍ରସନ୍ନ ମହାପାତ୍ର, ଶୋନୁ ସ୍ବାଇଁ, ଶୟଦ ରାମଜନ ଅଲ୍ଲୀ, ମୀର ମୁଜାଫର ଅଲ୍ଲୀ,ଶୋନୁ ସ୍ବାଇଁ, ପୂର୍ଣ୍ଣିମା ବେହେରା, ଶିଲା ସାହା, ଅନିତା ବେହେରା, ରାଜଶ୍ରୀ ରାୟ, ସ୍ଵାଗତିକ ମହାପାତ୍ର, ସେକ ବାବାଯାନୀ, ପଲ୍ଲବୀ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ ।