ନବନିର୍ମିତ ରେବା ବଗିଚା ଉତ୍କଳିକା କ୍ଲବ ବ ଉଦ୍ଘାଟନ କଲେ ବିଧାୟିକା ସୋଫିଆ

କଟକ ତା ୧୨/୧୦: କଟକ ରେବା ବଗିଚା ସ୍ଥିତ ନବନିର୍ମିତ ଦୁଇ ମହଲା ବିଶିଷ୍ଟ କମ୍ୟୁନିଟି ସେଣ୍ଟର ଉତ୍କଳିକା କ୍ଲବ’ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ

ହୋଇଯାଇଛି I

ଏହି କ୍ଲବ ଘର ନିର୍ମାଣ କାର୍ଯ୍ୟ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ବିଧାୟକ ଉନ୍ନୟନ ପାଣ୍ଠିରୁ ଆରମ୍ଭକରାଯାଇଥିଲା I ବର୍ତ୍ତମାନର ବିଧାୟିକା ସୋଫିଆ ଫିରଦୋସ ତାଙ୍କ ଉନ୍ନୟନ ପାଣ୍ଠି ଯୋଗାଇ ଏହି ଅଧୁରା କାର୍ଯ୍ୟକୁ ସମ୍ପୂର୍ଣ କରିଛନ୍ତି । ରେବା ବଗିଚା କଲୋନୀର ବରିଷ୍ଠ ମୁରବି, ମହିଳା ତଥା ସ୍ଥାନୀୟ ବାସିନ୍ଦା ଏଠାରେ ଏକ କମ୍ୟୁନିଟି ସେ ସେଣ୍ଟର ନିର୍ମାଣ ପାଇଁ ଦୀର୍ଘ ଦିନରୁ ଅନୁରୋଧ କରିଆସୁଥିଲେ I

ଏହି ଅବସରରେ ବିଧାୟିକା ସୋଫିଆ ଫିରଦୋସ କହିଥିଲେ ଯେ, “ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଏହି କମ୍ୟୁନିଟି ସେଣ୍ଟର । ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏଠାରେ ଛୋଟ ପିଲାମାନଙ୍କ ପାଇଁ ଅଙ୍ଗନବ ନବାଡ଼ି କେନ୍ଦ୍ର ପରିଚାଳିତ ହେବା ସହ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ମାଙ୍ଗଳିକ କାର୍ଯ୍ୟକ୍ରମ ସୁରୁଖୁରୁରେ ଅନୁଷ୍ଠିତ ହୋଇପାରିବା ଅଞ୍ଚଳର ବିକାଶ ଓ ମୌଳିକ ସୁବିଧା ସୁନିଶ୍ଚିତ କରିବା ଆମର ପ୍ରାଥମିକତା ।”

ଉଦ୍ଘାଟନ ଉତ୍ସବରେ ସମ୍ମାନିତ ଅତିଥ୍ ଢ ଅତିଥି ଭାବେ ଯୋଗଦେଇ ପୂର୍ବତନ ବିଧାୟକ ମହମ୍ମଦ ମୋକିମ କହିଥିଲେ ପାଗ ଓ ଦାବି ଯୋଗୁଁ ଆଜି ଏହି କାର୍ଯ୍ୟ ସଫଳତାର ସହ ଶେଷ ଯେ, “ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ହୋଇପାରିଛି I ଏହି କେନ୍ଦ୍ର ସ୍ଥାନ ସ୍ଥାନୀୟ ଏକତା ଓ ଭାଇଚାରାର ପ୍ରତୀକ ଭାବେ କାର୍ଯ୍ୟ କରିବା”

ଅନ୍ୟତମ ଅତିଥ୍ ଭାବେ ବରିଷ୍ଠ ନେତ୍ରୀ ତଥା ପୂର୍ବତନ କର୍ପୋରେଟର ଗିରିବାଳା ବେହେରା ଯୋଗଦେ କହିଥିଲେ ଯେ, ମହିଳା ଓ ଶିଶୁମାନଙ୍କ କଲ୍ୟାଣ ତଥା ସାମୂହିକ ଉନ୍ନତି ପାଇଁ ଏହି କେନ୍ଦ୍ରଟି ବିଶେଷ ସହାୟକ ଦଇ ହେବ

ଅନ୍ୟମାନଙ୍କ ମଧ୍ୟରେ ସଂଜୀବ ଧଳ, ଅଜିତ ବଳ, ମୁନୁ ଭାଇ, ଅମାନୁଲ ହକ, ସେଖ ମିରାଜୁଲ ହକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲବର କର୍ମକର୍ତ୍ତା, ସ୍ଥାନୀୟ ବୁଦ୍ଧିଜୀବୀ, ମହିଳା ସ୍ବୟଂ ସହାଯ ଗୋଷ୍ଠୀର ସଦସ୍ୟା ଏବଂ ଅଞ୍ଚଳବାସୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ସହ‌ଯୋଗ କରିଥିଲେ

Leave a Reply

Your email address will not be published. Required fields are marked *