ଓଡିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ପ୍ରଦୀପ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ

କଟକ, ୦୬/୧୦: କଟକ ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ-୪୭ ମହାନଦୀ ବିହାର ଠାରେ ଓଡିଶା ଜନତା କଂଗ୍ରେସ ପାର୍ଟି, କଟକ ସହର ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ପ୍ରଦୀପ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ କଟକ ସହର ସଭାପତି ଗିରିବାଳା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ସହ ଆଗାମୀ ପୌର ନିର୍ବାଚନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ କାର୍ଯ୍ୟକର୍ତ୍ତାମାନେ ଆଗେଇ ଆସିବା ସହ ସଂଗଠନକୁ ଆହୁରି ସକ୍ରିୟ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ I

ଏହି ଆଲୋଚନା ସଭାରେ ୱାର୍ଡର ବହୁ ଦଳୀୟ କର୍ମକର୍ତ୍ତା, ସ୍ଥାନୀୟ ନେତୃବୃନ୍ଦ ଓ ସମର୍ଥକମାନେ ଉପସ୍ଥିତ ରହି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଡ଼. କମଳ ପ୍ରସାଦ ମହାନ୍ତି, ମନୋରଞ୍ଜନ ଦାସ, ଲଳିତା ରାଉତ, ଅଜୟ କୁମାର ରାଉତ, ଅନୀତା ବେହେରା, ରଶ୍ମିତା ମୁଖାର୍ଜୀ, ଶିବାନୀ ମପିସ୍ତା, ବନାନୀ ମହାନ୍ତି, ଅନିଲ କୁମାର ରାଜପୁତ, କୈବଲ୍ୟ ଦତ୍ତ, ପ୍ରିନ୍ସ ରାୟ, ଅଳଙ୍କାର ଆଚାର୍ଯ୍ୟ, ସ୍ବୟଂ ମହାପାତ୍ର, ଦେବୀ ପ୍ରସାଦ, ଓମ୍ ପ୍ରକାଶ, ହରବିନ୍ଦର ସିଂହ, ପ୍ରଫେସର ସଞ୍ଜୟ କୁମାର ସାମନ୍ତରାୟ, ଭାନୁ ପ୍ରତାପ ରାଉତ, ଦେବେନ୍ଦ୍ର ନାଥ ଦାସ, ବନିତା ସେନାପତି, ପିଙ୍କୁ ରାୟ, ସୁଜିତ କୁମାର ଲେଙ୍କା, ସରୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *