ଭାରତୀୟ ବାୟୁସେନା ଦିବସ 🛩️ 8th,Oct: Indian Airforce Day




ଜୟ ହେ ଯବାନ ଆଜି ଭାରତୀୟ
ବାୟୁସେନା’ର ଦିବସ,
ଯାହାଙ୍କ ସେବା ଓ ସୁରକ୍ଷା ପ୍ରକଟେ
ମହାନ ଆମରି ଦେଶ ।

ଯଥାର୍ଥ ସ୍ଲୋଗାନ ହୁଏ ଉଚ୍ଚାରଣ
ଜୟ ଯବାନ – କିଷାନ,
କୃଷକର ଦାନ ଆହାର ଯୋଗାଣ
ଦେଶ ସୁରକ୍ଷା’ରେ ସୈନ୍ୟ ।

ଜଳ ସ୍ଥଳ ବାୟୁ ତ୍ରିଶାଖା’ରେ ସୈନ୍ୟ
ଉଜାଗର ରାତି-ଦିନ,
ଭିତରୁ ଆତଙ୍କ ବାହ୍ୟରୁ ସନ୍ତ୍ରାସ
କରନ୍ତି ସଦା ଦମନ ।

ସୈନ୍ୟଙ୍କ ବୀରତ୍ବ ସାହସ ସେବାରେ
ଭାରତବାସୀ ଆଶ୍ବସ୍ତ,
ଧନ୍ୟ ହେ ଯବାନ ସୁଯୋଗ୍ୟ ସନ୍ତାନ
ଗର୍ବିତା ମାତା ଭାରତ ।

ଶ୍ରଦ୍ଧା ଓ ସମ୍ମାନ ଶୁଭେଚ୍ଛା ଜ୍ଞାପନ
ବାୟୁସେନା’ର ଦିବସ,
ସୈନ୍ୟବାହିନୀ’ର ବିଜୟ ଉଲ୍ଲାସେ
ଜୀବନ ହେଉ ସରସ ।

ଶମ୍ଭୁନାଥ ଦାସ
Jatiya Pragati Abhiyan (Society)
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର – ୭୫୫୦୧୧

Leave a Reply

Your email address will not be published. Required fields are marked *