ଥାନାରୁ ଗାଡ଼ି ଟୋଚନ କରି ଆଣୁଥିବା ବେଳେ ୬୦ ମିଟର ଦୁରରେ ବଡ଼ ଦୁର୍ଘଟଣା


ରାଜଗାଙ୍ଗପୁର : ତା: ୦୪-୧୦-୨୦୨୬ , ଗତ୍ କାଲି ସକାଳ ପ୍ରାୟ ୧୦.୩୦ ଘଟିକା ସମୟରେ ଗୋଟିଏ ଚାରିଚକିଆ ମାରୁତି ଇକୋ OD-14Z-0117 ଗାଡିକୁ ଟ୍ରାକ୍ଟର ଯୋଗେ ରାଜଗାଙ୍ଗପୁର ଥାନା ପରିସରରୁ ଟୋଚନ କରି ଆଣୁଥିବା ବେଳେ ଥାନାରୁ ପ୍ରାୟ ୬୦ ମିଟର ଦୁରରେ ଟୋଚନ କରି ଆଣୁଥିବା ଟ୍ରାକ୍ଟର ଗାଡ଼ିରେ ବନ୍ଧା ଯାଇଥିବା ଦୌଡିଟି ଭାଙ୍ଗି ଯିବାରୁ ନିକଟରେ ଥିବା ଗୋଟିଏ ବିସ୍କୁଟ ଦୋକାନ ରେ ଛିଡ଼ା ହୋଇଥିବା ସହରର ପ୍ରତିଷ୍ଠିତ ପ୍ରତିଷ୍ଠାନ ଶ୍ରୀବୁଟିକ ସୋରୁମର ମାଲିକ ମୋହନଲାଲ ଅଗ୍ରୱାଲ ଗୁରୁତର ଆହତ ହୋଇଥିଲେ । ତାଙ୍କ ଗୋଡ଼ ବିଭିନ୍ନ ଜାଗାରୁ ଭାଙ୍ଗି ଯିବାରୁ ମୋହନ ଅଗ୍ରୱାଲକୁ ଗହନ ଚିକିତ୍ସା ପାଇଁ ରାଉରକେଲା କେଟିଏଚ୍ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଆଜି ତାଙ୍କ ଅସ୍ତ୍ରୋପଚାର ପରେ ତାଙ୍କୁ ଆଇସିୟୁ ରେ ରଖାଯାଇଛି । ଏହି ଦୁର୍ଘଟଣା ଘଟିବା ପରେ ଟ୍ରାକ୍ଟର ଘଟଣା ସ୍ଥଳରୁ ଫେରାର ମାରିଥିବାର କୁହାଯାଇଛି। ଟ୍ରାକ୍ଟରଟି ଘଟଣାସ୍ଥଳରୁ ଫେରାର ମାରିଥିବାରୁ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଲୋକଙ୍କ ମନରେ କେତେ ପ୍ରଶ୍ନ ଉଙ୍କି ମାରୁଛି ଯେ, ଗାଡି ଟୋଚନରେ ସମ୍ପୃକ୍ତ ଟୋଚନକାରି ମାନେ ଟୋଚନ ପାଇଁ ବ୍ୟବହୃତ କରାଯାଉଥିବା ଦୈ।ଡିଟିର ମାନ କେମିତି ଜାଣିପାରିଲେ ନାହିଁ ଯେ, ଉକ୍ତ ଦୌଡିଟି ଗାଡିଟିକୁ ଟାଣିବା ପାଇଁ ଅଯୋଗ୍ୟ ଅଟେ ? ଟୋଚନକରି ନେଉଥିବା ମାରୁତି ଇକୋ ଗାଡିଟି କାହାର ଥିଲା ? ଉକ୍ତ ଗାଡିଟି କୌଣ‌ସି ଦୁର୍ଘଟଣା ଜନିତ ମାମଲାରେ ନାଁ ଆଉ କୌଣସ ବିଶେଷ ମାମଲାରେ ଜଡିତ ଥିବାରୁ ଥାନାକୁ ଅଣାଯାଇ ଏତେ ସମୟ ପର୍ଯ୍ୟନ୍ତ ଥାନା ଅଧୀନରେ ରଖାଯାଇଥିଲା ? ଏବେ ଉକ୍ତ ଗାଡିଟିକୁ କୋର୍ଟ ଆଦେଶରେ ହସ୍ତାନ୍ତର କରାଯାଉଥିଲା ନାଁ ଆଉ କିଛି କାରଣ ରହିଛି ? ଏସବୁ ଦିଗରେ ପୁଙ୍ଖାନୁପୁଙ୍ଖ ଏବଂ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି। ବର୍ତମାନ ଦେଖିବାକୁ ବାକି ରହିଲା ଯେ ଦୁର୍ଘଟଣା ପାଇଁ ଦାୟୀ ମାନଙ୍କ ବିରୁଦ୍ଧରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ଭରି ରହିଛି।

ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *