ହୋପ୍ ରାଜଗାଙ୍ଗପୁର ଠାରେ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜିତ


ରାଜଗାଙ୍ଗପୁର: (କ.ବ୍ୟୁ.) ରାଜଗାଙ୍ଗପୁର ସ୍ଥିତ ହୋପ୍ (HOPE) ପକ୍ଷରୁ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ସଚେତନତା ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଏକ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ସୁବଡେଗା ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ତଥା ମେଡିସିନ୍ ବିଶେଷଜ୍ଞ ଡା. ଛବିଳା ଅଢ଼ା, ପ୍ରଶିକ୍ଷିତ ମାନସିକ ରୋଗ ଚିକିତ୍ସା ଅଧିକାରୀ, ସୁନ୍ଦରଗଡ଼ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର କ୍ଲିନିକାଲ୍ ସାଇକୋଲୋଜିଷ୍ଟ ଶ୍ରୀମତୀ ସ୍ୱାତୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ, ମାନସିକ ରୋଗ ସାମାଜିକ କର୍ମୀ ଶ୍ରୀ ସନ୍ତୋଷ ବେହେରା ଏବଂ ଫାର୍ମାସି ଅଧିକାରୀ ଶ୍ରୀ ବିମଳ କୁମାର ପଟେଲ ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ। ଶିବିରରେ ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟଗତ ଆବଶ୍ୟକତା ଅନୁଯାୟୀ ଔଷଧ ପ୍ରଦାନ କରାଯିବା ସହ ଉପଯୁକ୍ତ ପରାମର୍ଶ ଓ ମାର୍ଗଦର୍ଶନ ଦିଆଯାଇଥିଲା। ହୋପ୍‌ର ସଚିବ ଶ୍ରୀ ଆଶୀର୍ବାଦ ସାମଲ ଏହି କାର୍ଯ୍ୟକ୍ରମର ଆୟୋଜନ ଓ ସମନ୍ୱୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ପଦକ୍ଷେପ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲାମାନଙ୍କ ସ୍ୱାସ୍ଥ୍ୟ, କଲ୍ୟାଣ ଓ ସର୍ବାଙ୍ଗୀଣ ବିକାଶ ପ୍ରତି ହୋପ୍‌ର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ଅଧୀନରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଆୟୋଜିତ ହୋଇଥିଲା।

ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *