
ଚଣ୍ଡିଖୋଲ, ୩/୧୦(କ.ବ୍ୟୁ) (ପ୍ରଶାନ୍ତ ଜେନା ଙ୍କ ରିପୋର୍ଟ) ଯାଜପୁର ଜିଲ୍ଲାର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ଚଣ୍ଡିଖୋଲ ସ୍ଥିତ ଚଣ୍ଡିଖୋଲ ସ୍ପୋର୍ଟସ ଆଣ୍ଡ କଲ୍ଚରାଲ କ୍ଳବ୍ ର ଏକ ବନ୍ଧୁ ମିଳନ ଚଣ୍ଡିଖୋଲ ତ୍ଵରିତ ମାର୍ଗ ଡାକ ବଙ୍ଗଳା ଠାରେ ଅନୁଷ୍ଟିତ ହୋଇଯାଇଛି। କ୍ଳବ୍ ର ସଭାପତି ଦେବ ରଞ୍ଜନ ସ୍ବାଇଁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ , କ୍ଳବ୍ ର ସଭ୍ୟ ମାନଙ୍କ ମଧ୍ୟରେ ଶୃଙ୍ଖଳା , ଭାଇଚାରା, ଏକତା ବିଶେଷ କରି କ୍ଳବ୍ କୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସହିତ ଅନୁବନ୍ଧିତ କରିବା ଉପରେ ଆଲୋଚନା କରିବା ସହିତ ଦୀର୍ଘ ୩୪ବର୍ଷ ର ସ୍ମୃତି ମନେ ପକାଇବା ସହିତ ନିକ ନିଜ ଭିତରେ ଭାବର ଆଦାନ ପ୍ରଦାନ କରିଥିଲେ ।୧୯୯୨ ମସିହାରେ ପ୍ରତିଷ୍ଟିତ ଏହି କ୍ଳବ୍ ଚଣ୍ଡିଖୋଲ ଠାରେ ଦୀର୍ଘଦିନ ଧରି ରାଜ୍ୟ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜନ କରିବା ସହିତ ବହୁ ରାଜ୍ୟ ସ୍ତରୀୟ ଖେଳାଳୀ ସୃଷ୍ଟି କରି ପାରିଛି। ଏହି ବନ୍ଧୁ ମିଳନରେ ପ୍ରାକ୍ତନ ସଭାପତି ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା,ପୁର୍ବତନ ସଭାପତି ଶ୍ରୀପତି ଜେନା,ଓ ପୂର୍ବତନ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ଜେନା, ମନ୍ମଥ ପୃଷ୍ଟି, ପ୍ରସନ୍ନ କୁମାର ବିଶ୍ବାଳ, ରମେଶ ଚନ୍ଦ୍ର ନନ୍ଦ,ପୁର୍ବତନ ଅଧିନାୟକ ଅକ୍ଷୟ କୁମାର ସ୍ବାଇଁ,ପୁର୍ବତନ ସମ୍ପାଦକ ବିନୟ କୁମାର ପୃଷ୍ଟି, ଇନ୍ତେକାମ୍ ଆଲାମ୍, ଅହେନ୍ଦ୍ର ମାହା ଲା ରଞ୍ଜନ ମାହାଲା, ସଂଗ୍ରାମ କୁମାର ମହାନ୍ତି, ସଂଗ୍ରାମ କୁମାର ନାୟକ, ବିଶ୍ୱଜିତ୍ ରାଉତ ଏସ କେ ସାବୁଦ୍ଦିନ୍, ପ୍ରଶାନ୍ତ କୁମାର ସ୍ବାଇଁ, ଅନନ୍ତ ସ୍ବାଇଁ, ମନୋଜ କୁମାର ସାହୁ,କିର୍ତିରାଜ ସ୍ବାଇଁ, ଶଶିଭୂଷଣ ବେହୁରା, ଦୁଷ୍ମନ୍ତ ମହାନ୍ତି, ନଗେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ।