
ଚଣ୍ଡିଖୋଲ ୦୫/୧୦ (,କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ବଦଳେଛି ବଡଚଣା ରାଜନୈତିକ ଦୃଶ୍ୟପଟ ଗୋଟିଏ ପଟେ ଭାଜପା ବିଧାୟକ ଅମର କୁମାର ନାୟକଙ୍କ ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଥିବା ବେଳେ,କଂଗ୍ରେସରୁ ଆସି ବିଜେଡି ମଙ୍ଗ ଧରିଥିବା ରାଜନାରାୟଣ ମହାପାତ୍ରଙ୍କ ନେତୃତ୍ବକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବିଜେଡି କର୍ମି।ପୂର୍ବରୁ ଅନେକ ଆଗଧାଡିର ନେତା କର୍ମି ବିଜେଡି ଛାଡଥିବା ବେଳେ ଏବେ ଧିରେ ଧିରେ ଅନେକ ଗ୍ରାମ ପଞ୍ଚାୟତର ଛାମୁଆ ନେତୃତ୍ବ ବିଜେଡି ଛାଡି ଭାଜପାରେ ସାମିଲ ହେଉଛନ୍ତି।ଆଜି ମଧ୍ୟାହ୍ନ ରେ ଚଣ୍ଡିଖୋଲ ସ୍ଥିତ ଭାଜପା କାର୍ଯ୍ୟାଳୟଠାରେ ବରଦା ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ନିରଞ୍ଜନ ସାମଲଙ୍କ ସହ ପ୍ରାୟ ଆଗ ଧାଡିର ପଚାଶ ଜଣ ଛାମୁଆ ନେତୃତ୍ବ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଟ ନେତୃତ୍ବ ଓ ଭାରତୀୟ ଜନତାପାଟିର୍ର ନିତିଆଦର୍ଶରେ ଅନୁପ୍ରାଣୀତ ହୋଇ ବଡଚଣା ବିଧାୟକ ଅମର କୁମାର ନାୟକଙ୍କ ସହିତ ଆନୁଷ୍ଠାନିକ ଭାବେ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ।ଓଳାଶୁଣୀ ମଣ୍ଡଳ ସଭାପତି ମନୋଜ ପ୍ରଧାନଙ୍କ ସଭାପତିତ୍ବ ଓ ଜିଲ୍ଲା ଭାଜପା ଉପସଭାପତି ପ୍ରମୋଦ କୁମାର ଜେନାଙ୍କ ସଂଚାଳନରେ ଅନୁଷ୍ଠିତ ମିଶ୍ରଣ କାର୍ଯ୍ୟକ୍ରମରେ ମଣ୍ଡଳ ପ୍ରଭାରୀ ରବିନ୍ଦ୍ର ରାଉତ, ମଣ୍ଡଳ ପ୍ରତିନିଧି ପ୍ରତାପ ଧଳ, ବରିଷ୍ଠ ନେତା ସତ୍ୟବ୍ରତ ଜେନା,ପଞ୍ଚାୟତ ପ୍ରମୂଖ ମନୋଜ ରାଉତ, ପ୍ରଭାରୀ ବିକାଶ ପ୍ରଧାନ,ଗଙ୍ଗାଧର ବାରିକ ପ୍ରମୂଖ ଉପସ୍ଥିତ ଥିଲେ।