କଟକ, ୨।୧୦ : ଲିଙ୍କରୋଡସ୍ଥିତ ନିଶାମଣି କନଭେନସନ ପକ୍ଷରୁ ଆସନ୍ତା ୧୬ ତାରିଖ ସନ୍ଧ୍ୟା ୬ଟାରୁ ନିଶାମଣି କନଭେନସନଠାରେ ନିଶାମଣି ବାଏ ନବରସ ନାମରେ ଡାଣ୍ଡିଆ ଓ ଗରବା ସନ୍ଧ୍ୟା ଆୟୋଜିତ ହେବ। ଷ୍ଟାର ଇଭେଣ୍ଟସ୍ ପକ୍ଷରୁ ଏହାର ପରିଚାଳନା କରାଯିବ। ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ଓ ବଲିଉଡ୍ ଡାଣ୍ଡିଆ-ଗରବା ସହ ଲାଇଭ୍ ସଙ୍ଗୀତ, ଢୋଲ ଓ ମନୋରଞ୍ଜନର ବ୍ୟବସ୍ଥା କରାଯାଇଛି। ଡିଜେ ସ୍ପିନମାଫିଆ ଓ ଡିଜେ ଲୟାତ୍ମିକା ସଙ୍ଗୀତ ପରିବେଷଣ କରିବେ। ରାଜୀବ ଓ ରୋଜାଲିନ୍ କାର୍ଯ୍ୟକ୍ରମକୁ ପରିଚାଳନା କରିବେ।
ଏଥିସହ ଥିମ୍ଭିତ୍ତିକ ସାଜସଜ୍ଜା, ସେଲ୍ଫି ପଏଣ୍ଟ, ବିଭିନ୍ନ ନୃତ୍ୟ ଓ ପୋଷାକ ପ୍ରତିଯୋଗିତା ସହ ଖାଦ୍ୟର ବ୍ୟବସ୍ଥା ରହିବା ସହ ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର ଦିଆଯିବ। ପରିବାର, ଯୁବପିଢ଼ି ଓ ନୃତ୍ୟପ୍ରେମୀଙ୍କ ପାଇଁ ଏହା ଏକ ଭିନ୍ନ ପାର୍ବଣ ଅନୁଭୂତି ହେବ ବୋଲି ଆଜି ଶୁକ୍ରବାର ଅପରାହ୍ନରେ ନିଶାମଣି କନଭେନସନ ଆୟୋଜିତ ସାମ୍ବାଦିକ ସମ୍ମିଳନୀର ନିଶାମଣି କନଭେନସନର ପରିଚାଳନା ନିର୍ଦ୍ଦେଶକ ଦୀପକ ସାମନ୍ତରାୟ, କଟକ ମାରୱାଡି ସମାଜର ସଭାପତି ସଞ୍ଜୟ ଶର୍ମା, ରାଜୀବ ଚୋଧୁରୀ, ମୁଷ୍କାନ ଅଗ୍ରୱାଲ, ଆୟସୀ ଜୈନ ଏବଂ ଏଲୋରା ପ୍ରମୁଖ ଉପସ୍ଥିତ ରହି ଏଣ୍ଟ୍ରି ଟିକେଟକୁ ଉନ୍ମୋଚନ କରିଥିଲେ । ଏହି ଟିକେଟ ଡିଷ୍ଟ୍ରିକ୍ଟ ବାଏ ଜମାଟୋ ଏବଂ ବୁକ୍ ମାଇଁ ସୋ ଅନଲାଇନ୍ ଜରିଆରେ ଉପଲବ୍ଧ ହେଉଥିବା ବେଳେ ଅଫଲାଇନରେ ନିଶାମଣି କନଭେନସନରେ ଉପଲବ୍ଧ ହେବ ବୋଲି ଆୟୋଜକ ମାନେ କହିଛନ୍ତି ।