ଗାଇସିଲେଟ ଶିଶୁ ବିଦ୍ୟା ମନ୍ଦିରରେ ବନ୍ଦେ ମାତରଂ – ଏକସହ ପଚାଶ ବର୍ଷ ଫୁର୍ତ୍ତୀ ଅବସରରେ “ନମାମି ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗାଇସିଲେଟ , ( କ ବ୍ୟୁ )୨୫/୦୯/୨୦୨୬ :
ଗାଇସିଲେଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ “ନମାମି ଭାରତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠା ଗୁରୁମା ଶ୍ରୀମତୀ ସରୋଜିନୀ ପଟେଲ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଲପାଲି ଗ୍ରାମରୁ ଶ୍ରୀ କରମଚାନ୍ଦ ସାହୁ (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ଖୁଣ୍ଟପାଲି) ସମ୍ମାନିତ ଅତିଥି, ଗାଇସିଲେଟରୁ ଶ୍ରୀ ରବୀନ୍ଦ୍ର ପଣ୍ଡା ( ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, କଠଉମାଲ)ଓ ଅଧ୍ୟକ୍ଷ/ ପର୍ଯ୍ୟବେକ୍ଷକ ଭାବରେ କଳଙ୍ଗାପାଲିରୁ ଶ୍ରୀ ବୁଦ୍ଧଦେବ ପୁରୋହିତ (ବ୍ୟବସାୟୀ) ଯୋଗଦାନ କରିଥିଲେ। ଆମ ବରିଷ୍ଠ ଗୁରୁଜୀ ପ୍ରେମରାଜ ମଟାରୀ ଅତିଥି ପରିଚୟ କରିଥିଲେଓ ପ୍ରଧାନ ଆଚାର୍ଯ୍ୟ ମାନନୀୟ ଶ୍ରୀଯୁକ୍ତ ଧର୍ମାନନ୍ଦ ମହଲା ‘ନମାମି ଭାରତ” କାର୍ଯ୍ୟକ୍ରମର ଉଦ୍ଦଶ୍ୟରେ ବକ୍ତବ୍ୟ ରଖିଥିଲେ ।ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା , ସେବକ ସେବିକା , ସ୍ଥାନୀୟ ଅଭିଭାବକ ଓ ସମସ୍ତ ଶିଶୁ ଭାଇ ଭଉଣୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁ ରୁପେ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ମନରେ ଦେଶପ୍ରେମ ମନୋଭାବ ଜାଗ୍ରତ କରିଥିଲା । ପରିଶେଷରେ ବରିଷ୍ଠ ଗୁରୁଜୀ ଜଗନ୍ନାଥ ପୁ ଧନ୍ୟବାଦ ଅର୍ପଣ କରିଥିଲେ । ( ଫକୀର ଦୀପ -ଉପଖଣ୍ଡ ପଦ୍ମପୁର)

Leave a Reply

Your email address will not be published. Required fields are marked *