ଇନ୍ଦୁ ପୂର୍ଣ୍ଣମୀ ଓ ଭାଗବତ ଜନ୍ମ 🙏

ପ୍ରଭୁ ଜଗନ୍ନାଥ ଶ୍ରୀକୃଷ୍ଣ ଶ୍ରୀରାମ
ପଦ୍ମ-ପାଦେ ନମୋନମଃ,
ଇନ୍ଦ୍ର-ଚ଼ନ୍ଦ୍ର ସ୍ମରି ଶୁଭେଚ୍ଛା ଜ୍ଞାପନ
ସର୍ବେ ଭବନ୍ତୁ ସୁଖିନଃ ।

ଅଷ୍ଟାଦଶ ଧର୍ମ ପୁରାଣ ଶାସ୍ତ୍ରରେ
ଉତ୍କଳର ଭାଗବତ,
ଭାଗବତ ରସ ଯେ’ କରିଛି ପାନ
ଲଭିଛି ଜ୍ଞାନ ଅମୃତ ।

ପଞ୍ଚସଖା କବି ମଧ୍ଯେ ଅତିବଡ଼ୀ
ଶ୍ରେଷ୍ଠ ଜଗନ୍ନାଥ ଦାସ,
ଭାଗବତ ଲେଖା ଇନ୍ଦୁ ପୂର୍ଣ୍ଣମୀରେ
ଆରମ୍ଭ ତା’ବର୍ଷେ ଶେଷ ।

ନିଜ ମାଆ ପାଇଁ ଭାଗବତ ଲେଖି
କରିଲେ ସର୍ବଜନୀନ,
ସାଂସାରିକ ବାର୍ତ୍ତା ସାଥେ ରାଧା-କୃଷ୍ଣ
କଥାମୃତ ସୁଶୋଭନ ।

ସତ୍ଯ ଶାନ୍ତି ଦୟା କ୍ଷମାର ମହିଁମା
ପ୍ରେମ-ରସର ପୀୟୂଷ,
ଭାଗବତ ପାରା- ୟଣ ପ୍ରବଚନ
ଶ୍ରବଣେ ସର୍ବ ସନ୍ତୋଷ ।

ରାଧାକୃଷ୍ଣ ପାଦ- ପଦ୍ମେ କୋଟି ଅର୍ଘ୍ୟ
ପ୍ରାର୍ଥନା ଶୁଭ ଆଶିଷ,
ଭାଗବତ ପାଠ ଜ୍ଞାନ ଆହରଣେ
ସଂସାର ହେଉ ସରସ ।

ଶମ୍ଭୁନାଥ ଦାସ (ମୁଖ୍ୟ ସ°ପାଦକ : ଅଭିଯାନ )
କୋଲକାତା
Jatiya Pragati Abhiyan (Society)
Kolkata & Odisha

Leave a Reply

Your email address will not be published. Required fields are marked *