
ଚଣ୍ଡିଖୋଲ,୧୬/୯(କ.ବ୍ୟୁ)
(ପ୍ରଶାନ୍ତ ଜେନାଙ୍କ ରିପୋର୍ଟ)ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଧାନ ମଣ୍ଡଳ ସ୍ଥିତ ହୋଲି ଯେଶସ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ତଥା
ବିକେ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷା ସୁଶ୍ରୀ କାମିନୀ ନାୟକଙ୍କୁ ବିଶ୍ୱ ସ୍ତରୀୟ ଉପଲବ୍ଧି
ସମ୍ମାନରେ ଆଭୂଷିତ କରାଯାଇଛି । ଭୁବନେଶ୍ୱର ଠାରେ ଲଭ ଇନ ଆକ୍ସନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୋଗଦେଇ ସୁଶ୍ରୀ କାମିନୀଙ୍କୁ ମାନପତ୍ର, ଉତ୍ତରୀୟ ଓ ଟ୍ରଫି ପ୍ରଦାନ ପୂର୍ବକ ଏହି ସମ୍ମାନ ପ୍ରଦାନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ସାଂସଦ ତଥା ବିଶିଷ୍ଟ କବି ଡ଼ଃ ପ୍ରସନ୍ନ ପାଟ୍ଟଶାଣୀ ଓ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗଦେଇଥିଲେ । ଏହି ରାଜ୍ୟ ସ୍ତରୀୟ ସମ୍ମାନ ପାଇଁ ବିଧାୟକ ଅମର କୁମାର ନାୟକ,ପ୍ରାଧ୍ୟାପକ ନରେନ୍ଦ୍ର ମହାନ୍ତି,ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା, ଅଧ୍ୟାପକ ବିଜୟ କେତନ ସାମଲ, ଅଧ୍ୟାପକ ସଲୀଳ ରାଜ ନନ୍ଦନ ମହାନ୍ତି,ଆଇନଜୀବୀ ଦେବରାଜ ବେହେରାଙ୍କ ସମେତ ବିଭିନ୍ନ ମହଲରୁ କାମିନୀ ନାୟକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।