~~~
ଚିକିତ୍ସକଗଣ ଅଶ୍ବିନୀ କୁମାର
କବି ଦ୍ବିତୀୟ ଈଶ୍ୱର,
ଯନ୍ତ୍ରୀମାନେ ହେଲେ ମର୍ତ୍ତ୍ୟେ ବିଶ୍ବକର୍ମା
ନେତା ଇନ୍ଦ୍ରଙ୍କ କୁମର ।
ହେ ଇଞ୍ଜିନିୟର ତବ ବାହୁବଳେ
ନଦୀ-ବନ୍ଧ ରାସ୍ତାଘାଟ,
ଜଳେ ସ୍ଥଳେ ଆଉ ଗଗନେ ଚାଲଇ
ଯାନ୍ତ୍ରିକ ଯାନ ବହୁତ ।
ହେ ଇଞ୍ଜିନିୟର ତୁମେ ଯାଦୁକର
ଗଢ଼ ନନ୍ଦନ-କାନନ,
ଶିଳ୍ପାୟନେ ସର୍ବ ଜନତା ଲଭନ୍ତି
ସୁଖ-ଶାନ୍ତି’ର ଜୀବନ ।
ତବ ପରାକ୍ରମେ ଚନ୍ଦ୍ରମଣ୍ଡଳରେ
ମାନବ ବିରାଜମାନ,
ଖାଦ୍ୟ-ବସ୍ତ୍ର ସାଥେ ସୁରମ୍ୟ ଆବାସ
ସରସୀ ଉଠେ ଜୀବନ ।
ସୁକର୍ମରେ ଶ୍ରେୟ କୁକର୍ମରେ ହେୟ
ମାନବୀୟ ପରିଚୟ,
ତବ ନିର୍ମାଣରେ କ୍ଷତି ନ ଘଟିଲେ
ପ୍ରାପ୍ତବ୍ଯ ପ୍ରଶଂସନୀୟ ।
ଆଜ ସେପ୍ଟେମ୍ବର ପନ୍ଦର ତାରିଖ
ଇଞ୍ଜିନିୟର ଦିବସ,
ଜ୍ଞାନ-ବୁଦ୍ଧି ସର୍ବ ହେଉ ମଜାଦାର
ବୋଲେ ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର – ୭୫୫୦୧୧ / ଓଡ଼ିଶା
Jatiya Pragati Abhiyan (Society)