
ବାରିପଦା/ଉଦଳା, ତା୦୫/୦୯/ ୨୦୨୬(କ: ବ୍ଯୁ) ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଏନ୍ ଏ ସି ର ଦୁଇ ନମ୍ବର ୱାର୍ଡରେ ଏକ ବିରାଟ ବୁଢ଼ା ସାପ ବନବିଭାଗ ଉଧାର କରି କାଳି ମନ୍ଦିର ନିକଟ ଜଙ୍ଗଲରେ ଛଡାଯାଉଛି ।ଆଜି କୃଷ୍ଣ ଚୈତନ୍ୟ ସଦୁଆଳ ଙ୍କ ବାଡ଼ି ସଫା ସମୟ ରେ ବାଡ଼ରେ ଦିଆଯାଇଥିବା ପ୍ଲାଷ୍ଟିକ ଜାଲ ରେ ବିରାଟ ବୁଢ଼ା ସାପ ଜାଲ ରେ ଲାଗିଥିବା ଜଣାପଡିଥିଲା । ବନବିଭାଗ
ଉଦଳା ଡେପୁଟି ରେଞ୍ଜର ଶୁସାନ୍ତ କୁମାର ବାଗ୍ ଙ୍କ ଉଦ୍ୟମ ରେ ଏକ ଟିମ୍ ଆସି ଅନନ୍ତ ନାରାୟଣ ଚୈଧୁରି ଓ ଘନଶ୍ୟାମ ମହାନ୍ତ ସାପଟିକୁ ଜିବନ୍ତି ଉଧାର କରିଥିଲେ ।ଉଦଳା କୃଷି ବିଭିଗ କାର୍ଯ୍ୟାଳୟ ପରିସରରେ ଏକ ବୁଡାସାପ ମଧ୍ୟ ଉଧାର କରାଯାଇ କାଳି ମନ୍ଦିର ନିକଟ ଜଙ୍ଗଲରେ ଛଡାଯାଉଛି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)