
ରାୟଗଡ଼ା ; ଚଳିତ ବର୍ଷ ଅଧିକାଂଶ ଯାତ୍ରା ଅନୁଷ୍ଠାନ ତାଙ୍କ ଆଖଡ଼ା ଶେଷ କରି ନାଟକ ପରିବେଶ ଆରମ୍ଭ କଲେଣି। ଇତି ମଧ୍ୟ ରେ ଭୁବନେଶ୍ୱର ମାଟି ରେ ଗଢ଼ି ଉଠିଥିବା ନୂଆ ଯାତ୍ରା ଅନୁଷ୍ଠାନ ” କେଶରୀ ” ତାର ପ୍ରଥମ କ୍ୟାମ୍ପ ରୂପାଲି ଦଶହରା ପଡ଼ିଆ ରେ ଆରମ୍ଭ କରିଅଛି। ଡ. ନିହାର ରଞ୍ଜନ ମହାନ୍ତି ଙ୍କ ଲିଖିତ ଓ ବଳିଆ ସାର୍ ଙ୍କ ନିର୍ଦ୍ଦେଶନା ର ନାଟକ ” ମୁଖଗ୍ନୀ ” ରୂପାଲି ମାଟି ରେ ପରିବେଷଣ ହେବା ସହିତ ଦର୍ଶକ ଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଅଛି। ବଳିଷ୍ଠ କାହାଣୀ ଓ ସାମାଜିକ ବାର୍ତ୍ତା ନେଇ ସୃଷ୍ଟି ହୋଇଥିବା ଏହି ନାଟକ ଟି ଦର୍ଶକ ମହଲ ରେ ଉଛ ପ୍ରଶଂସିତ ହେଉଅଛି। ଏକ ଦୁର୍ଘଟଣା ର ଶିକାର ହୋଇ ସ୍ୱାମୀ କୁ ହରାଇ ତିନି ମାସ ର ଶିଶୁ ପୁତ୍ର କୁ ନେଇ ମଶାଣି ରେ ସ୍ୱାମୀ ର ” ମୁଖାଗ୍ନି ” ହେଉଥିବା ଏକ ମା ପରବର୍ତ୍ତୀ ସମୟ ରେ ଉଚ୍ଚଶିକ୍ଷା ପାଇଁ ପିଲା କୁ ବିଦେଶ ପଠାଇବା ଓ ବିଦେଶ ରେ ରହିବା ପରେ ପୁଅ କିପରି ଭାବ ରେ ପାଶ୍ଚାତ୍ୟ ସଭ୍ୟତା କୁ ଆପଣାଇ ଦିଗଭାଷ୍ଟ ହୋଇ ରୋଗ ଗ୍ରସ୍ତ ହେବା ତା ପରେ ଜୀବନ ହରାଇବା ଏବଂ ପୁଅ ମୁଁହ ରୁ ” ମୂଖଗ୍ନି ” ପାଇବା କୁ ଆଶା ରଖି ଥିବା ବିଧବା ମାଆ ଟୀ ପୁଅ ଓ ବୋହୂଙ୍କ କାନ୍ଧ ରେ ବୋହି ଶେଷରେ ନିଜ ହାତ ରେ ମୂଖାଗ୍ନି ହେଇ ପ୍ରାଣ ତ୍ୟାଗ କରିବା ର ଦୃଶ୍ୟ ଟି ଅତ୍ୟନ୍ତ ହୃଦୟସ୍ପର୍ଶି ଓ ଦର୍ଶକ ଙ୍କ ହୃଦୟ ରେ ରେଖାପାତ କରୁଅଛି। ନାଟକ ର ” ମା ” ଚରିତ୍ର ରେ ଅଭିନୟ କରୁଥିବା ଅତୀତ ଦିନ ର ଚର୍ଚ୍ଚିତ ନାୟିକା ଓ ବର୍ତ୍ତମାନ ଚରିତ୍ର ର ଅଭିନେତ୍ରୀ ” ଟୁନିଆ ମଲିକ୍” ନିବିଡ଼ ର ଅଭିନୟ ଓ ସ୍ୱତନ୍ତ ସଂଳାପ କହିବା ଶୈଳି ରେ ଦର୍ଶକ ମାନଙ୍କୁ ବାନ୍ଧି ରଖୁଛନ୍ତି। ଏଥିରେ ନାୟକ ମଣ୍ଟୁ , ନାୟିକା କୁନି , ମାନୁନି ଙ୍କ ସହିତ ଖଳନାୟକ କୁନା, ଅକ୍ଷୟ ସାହୁ ମଧ୍ୟ ସୁନ୍ଦର ଅଭିନୟ କରି ନାଟକ ଟିକୁ ଅତ୍ୟନ୍ତ ଜୀବନ୍ତ କରୁଛନ୍ତି। ଏହି ସଂସାର ଧର୍ମୀ ଓ ସାମାଜିକ ବାର୍ତ୍ତାବହ ନାଟକ ଟି ଆଗାମୀ ଦିନରେ ବହୁ ପ୍ରଶଂସା ସାଉଁଟିବା ସହିତ ଅଦ୍ରତ ହେବ ବୋଲି ପ୍ରଥମ କ୍ୟାମ ରୁ ସ୍ପଷ୍ଟ ଜଣା ପଡିଯାଉଛି l