କଟକ : ପାର୍ବଣ ପୂର୍ବରୁ କଟକରେ ଡ଼କାୟତ ଗ୍ୟାଙ୍ଗ ସକ୍ରିୟ। ବେଧଡକ ଡ଼କାୟତି ଯୋଜନା କରୁଥିଲା ବେଳେ ଗିରଫ କଲା ଚାଉଳିଆଗଞ୍ଜ ଥାନା ପୋଲିସ। ପଣ୍ଡ ହେଲା ଡ଼କାୟତି ଯୋଜନା। ଗତକାଲି ରାତିରେ ପେଟ୍ରୋଲିଂ ସମୟରେ ପୋଲିସ ଖବର ପାଇଥିଲା ଯେ ଚାଉଳିଆଗଞ୍ଜ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଲାଇଟ ହାଉସ ପାଖରେ ୫ ଡକାୟତ ଡ଼କାୟତି ଯୋଜନା କରୁଥିଲେ। ସଙ୍ଗେସଙ୍ଗେ ପୋଲିସ ଆକ୍ସନ ନେବା ପରେ ୪ ଜଣ ଡ଼କାୟତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ସମୟରେ ସେମାନଙ୍କ ନିକଟରୁ ଛୁରି , କଟୁରି , ଶାବଳ ଆଦି ମାରଣାସ୍ତ୍ର ଜବତ କରିଛି ପୋଲିସ। ଏହାସହ ସେମାନଙ୍କ ମୁଖ୍ୟ ଟାର୍ଗେଟ ଜାତୀୟ ରାଜପଥ ନିକଟରେ ପେଟ୍ରୋଲ ପମ୍ପ ଓ ସୁନା ଦୋକାନ। ଏହି ସମସ୍ତ ଅଭିଯୁକ୍ତ ମଙ୍ଗଲୁ ଓରଫ ଏମଡି ଅରବାଜ,ଶେଖ ସଲମନ ,ଶେଖ ମନୋହର ଓ ଗଣେସ୍ୱର ଦାସ ଖୋର୍ଧା ଅଞ୍ଚଳର ଓ ସେମାନଙ୍କ ନାଁ ରେ ପୂର୍ବରୁ ଅନେକ ଗୁରୁତର ମାମଲା ରହିଥିବା କହିଛନ୍ତି ଯୋନ ୫ ଏସିପି ସୁଧାଂଶୁ ଜେନା। ଏହି ଘଟଣାରେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସିପି।