“ଆଗାମୀ ବଡଚଣା ” ର  ଅଧ୍ୟକ୍ଷ ଅମ୍ବୁଜ ରାଉତଙ୍କ ପରଲୋକ

ଚଣ୍ଡିଖୋଲ ୨୪/୦୮(କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ)

ବଡଚଣା ବ୍ଲକ ବନ୍ଦlଳ ପଞ୍ଚାୟତ ଓଲର ଗ୍ରାମ ନିବାସୀ ଅମ୍ବୁଜ କୁମାର ରାଉତଙ୍କ କିଡ଼ନୀ ଜନିତ ସମସ୍ୟାରେ ପରଲୋକ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ 49 ବର୍ଷ ବୟସ ହୋଇଥିଲା l ଖବର ପାଇ ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନ ସଭାପତି ଦେବରାଜ ବେହେରା,ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟl କାଞ୍ଚନ ବାଳl ଦାସ,ସମାଜସେବୀ ସହପାଠୀ ଅକ୍ଷୟ କୁମାର ବେହେରା,ଅଜୟ ବିଶ୍ଵାଳ, ଜୟନ୍ତ ସ୍ଵାଇଁ,ଧ୍ରୁବ ଚରଣ ସ୍ଵାଇଁ, ସତ୍ୟାନନ୍ଦ ସ୍ଵାଇଁ, ନିକୁଞ୍ଜ ରାଉତ,ସାମ୍ବାଦିକ ଉମାକାନ୍ତ ବେହେରା,ଆଇନଜୀବୀ ଜ୍ୟୋତି ଶଙ୍କର ମହାପାତ୍ର,,କୁମାର ପ୍ରସାଦ      ବେହେରା,ସ୍ତାନୀୟ ସରପଞ୍ଚ ବୈଜୟନ୍ତୀ ବିଶ୍ଵାଳ,ସମିତି ସଭ୍ଯା ଖୁଲଣl ରାଉତ,ସୁଶାନ୍ତ କୁମାର ଜେନା ପ୍ରମୁଖ ସ୍ଵର୍ଗତ ରାଉତଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ l ମୃତ୍ୟୁ ସଜ୍ୟl ନିକଟରେ ପିତା ପ୍ରଫୁଲ୍ଲ ରାଉତ, ଭଉଣୀ.  ଅଧ୍ୟାପିକା ଅନୁସୂୟା ରାଉତ,  ଭିଣୋଇ ପ୍ରଶାନ୍ତ ରାଉତ, ସାନଭାଇ ଅମିତ ରଞ୍ଜନ ରାଉତ ଓ ପରିବାର ଜନ ଉପସ୍ଥିତ ଥିଲେ l  ପୁରି ସ୍ଵର୍ଗଦ୍ୱାରରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା ମଧ୍ୟମ ଭ୍ରାତା ଅମିୟ ରଞ୍ଜନ ରାଉତ ମୁଖାଗ୍ନି ଦେଇଥିଲେ l ସ୍ଵର୍ଗତ ରାଉତ 2007 ମସିହାରେ 18 no ଜୋନ୍ ଜିଲ୍ଲାପରିଷଦ ପ୍ରାଥୀ ଭାବେ ପ୍ରତିଦ୍ୱନ୍ଦିତା କରି ସମସ୍ତଙ୍କ ନଜରକୁ ଆସିଥିଲେ ପରେ ଆଗାମୀ ବଡଚଣା ସେବା ସଂଗଠନ ଜରିଆରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିବା  ସହ ବହୁ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ l

Leave a Reply

Your email address will not be published. Required fields are marked *