ପୁଣି ଧାରା ପଡ଼ିଲେ ତିନି ବ୍ରାଉନ ସୁଗାର ବେପାରୀ

ପାରାଦୀପ : ପାରାଦୀପ ଲକ୍ ପୋଲିସ କୌଣସି ସୂତ୍ରରୁ ଖବର ପାଈ ଲକ୍ ପୋଲିସ ଆଇ ଆଇ ସି ଙ୍କ ନେତୃତ୍ଵ ରେ ଏକ ଟିମ ଗଠନ କରାଯାଇ ଅଚାନକ ଚଢାଉ କରି ବାଲଡିଆ ଗ୍ରାମ ପଞ୍ଚାୟତ ଗେଟ୍ ବିଶ୍ରାମ କକ୍ଷ ନିକଟରୁ ତିନି ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି l ଏହି ତିନି ଅଭିଯୁକ୍ତ ହେଲେ ବିଚିତ୍ର ସେଠୀ,୨୬, ପିତା ରବୀନ୍ଦ୍ର ସେଠୀ ପାଳଧୁଆ, (୨) ଗୌରାଙ୍ଗ ଗିରି (୨୧) ପିତା ହରେକୃଷ୍ଣ ଗିରି ଖରିନାସି ହୋଇଥିବା ବେଳେ ତୃତୀୟ ଅଭିଯୁକ୍ତ ସର୍ବେଶ୍ଵର ସେଠୀ (୩୨) ପିତା ସଚିତ୍ର ସେଠୀ ନୂଆଗଡ ହୋଇଥିବା ଜଣାଯାଇଛି l ପାରାଦୀପ ଲକ୍ ଥାନା ପୋଲିସ ପକ୍ଷରୁ ୨୮/୨/୨୬ ଏନଡି ପିଏସ ଆକ୍ଟ ଅନୁସାରେ ପଞ୍ଜିକରଣ ଧାରା (୨୧) ବି ୨୯ (୧) ଅନୁଯାୟୀ କେସ ରୁଜୁ କରି କୋର୍ଟ ଫର୍ୱାର୍ଡ କରାଯାଇଛି l ସେମାନଙ୍କ ପାଖରୁ ୬,୩୪, ଗ୍ରାମ ବ୍ରୁଉନୁ ସୁଗାର,(ମର୍ଫିନି) ୭ ଟି ବାଇଗଣୀ ରଙ୍ଗର କାଗଜ ଚିରା, ଗୋଟିଏ କି ପ୍ୟାଡ୍ ମୋବାଇଲ ଫୋନ, ତିନିଜଣ ଙ୍କ ପାଖରୁ ୩ଟି ମୋଟର ସାଇକେଲ ନମ୍ୱର୍ ଓଡି –୨୧-ପି -୫ ୬୭୩ ଅଭିଯୁକ୍ତ ଗୌରାଙ୍ଗ ଗିରି ଠାରୁ ଗୋଟିଏ ପାଲିଥିନି ପ୍ୟାକେଟ ୫,୮୫, ଗ୍ରାମର ବ୍ରାଉନ ସୁଗାର (ମାର୍ଫିନି)-୫ ଟି ଗୋଲାପି ରଙ୍ଗର କାଗଜ ଚିରା, ପୋକ – ଏଫ ମୋବାଇଲ ଫୋନ ଗୋଟିଏ ମୋଟର ସାଇକେଲ ନମ୍ୱର୍ ଓଡି ୨୯ ପି -୪୫୦୬, ଅଭିଯୁକ୍ତ ସର୍ବେଶ୍ଵର ସେଠୀ ଙ୍କ ଠାରୁ ଗୋଟିଏ ପଲିଥିନ ପ୍ୟାକେଟ,୫,୭୪, ଗ୍ରାମ ବ୍ରାଉନୁ ସୁଗାର (ମର୍ଫିଁନ)-୭ ଟି ନାଲି ରଙ୍ଗର କାଗଜ ଚିରା ଗୋଟିଏ ଭିବୋ ୟାଇ ୫୮ମୋବାଇଲ ଫୋନ,ଗୋଟିଏ ମୋଟର ସାଇକେଲ ନମ୍ୱର୍ ଓଡି ୨୧ ପି -୭୦୭୧ ହୋଇଥିବା ବେଳେ ମୋଟ୍ ଜବତ ନିଶା ସାମଗ୍ରୀ ବ୍ରାଉନ ସୁଗାର ଜବତ କରାଯାଇ ଥିବା ଜଣା ଯାଇଛି l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *