ପାନପୋଷ ସର୍କିଟ ହାଉସ ମାମଲାକୁ ନେଇ ରାଉରକେଲା ରେ ତୁମ୍ଭି ତୋଫାନ


ରାଜଗାଙ୍ଗପୁର/ରାଉରକେଲା : (କ.ବ୍ୟୁ.) ଗତ୍ କାଲି ବିଜେଡି ନେତ୍ରୀ ରଶ୍ମୀ ଏକାଙ୍କ ନେତୃତ୍ୱରେ ରାଉରକେଲାର କିଛି ବାସିନ୍ଦା ମାନେ ପାନପୋଷ ସର୍କିଟ ହାଉସ ମାମଲାରେ ସାଂସଦ ପ୍ରତିନିଧିଙ୍କ ଅପରାଧିକ ଗତିବିଧି ରେ ସଂପୃକ୍ତି ଅଭିଯୋଗ କୁ ନେଇ ରାଉରକେଲା ପୋଲିସ୍ ପ୍ରଶାସନ କୁ ଭେଟି ନିରପେକ୍ଷ ତଦନ୍ତ ଏବଂ ତ୍ଵରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜଣାଇଥିବା ବେଳେ ଆଜି ରାଉରକେଲା ଜିଲ୍ଲା ଙ୍କଗ୍ରେସ କମିଟି ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରି ଏକପ୍ରକାରେ ସମାନ ଦାବି କରାଯାଇଛି। ଏବଂ ଜିଲ୍ଲା ଙ୍କଗ୍ରେସ କମିଟି ର ସଭାପତି ଶ୍ରୀ ସବିର ହୁଶୈନ ସର୍କିଟ ହାଉସ ରେ ଥିବା ଅପରାଧି ମାନଙ୍କୁ ଧରିବାରେ ପୋଲିସ ପ୍ରଶାସନ ଦ୍ଵାରା ତ୍ଵରିତ ପଦକ୍ଷେପ ଗ୍ରହଣ କରିଥିବାରୁ ପ୍ରଶଂସା କରିଛନ୍ତି ଏବଂ ଉକ୍ତ ଘଟଣାରେ ସଂପୃକ୍ତ ସମସ୍ତ ଅପରାଧି ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ସର୍କିଟ ହାଉସ ଭଳିଆ ସୁରକ୍ଷିତ ଜାଗାରେ କାହା ସାହାଯ୍ ରେ ଅପରାଧି ମାନେ ମାରଣାସ୍ତ୍ର ଧରି ୨୧ ଦିନ ପର୍ଯ୍ୟନ୍ତ ରହିଥିଲେ ଏବଂ ଅଭିଷେକ ଧଳଙ୍କ ପରେ ବର୍ତମାନ ଅପରାଧି ମାନଙ୍କ ଟାର୍ଗେଟରେ କିଏ ଥିଲେ? ନାଁ ସର୍କିଟ ହାଉସରେ ବନ୍ଧୁକ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର କିଣା ବିକା ପାଇଁ ସୁରକ୍ଷିତ ଜାଗା ଭାବି ନିର୍ବାଧରେ ଅବୈଧ କାରବାର କରାଯାଉଥିଲା ? ଏବିଷୟରେ ପୋଲିସ ମୁହଁ ଖୋଲିବାର ଆବଶ୍ୟକତା କୁ ନେଇ ମିଡିଆରେ ବିତର୍କ ଚାଲିଥିବା ବେଳେ ଉପ ଜିଲ୍ଲାପାଳ ସର୍କିଟ ହାଉସ ବୁକିଙ୍ଗ କୁ ନେଇ ମୁହଁ ଖୋଲିବାର ଆବଶ୍ୟକତା ରହିଛି। ଏବଂ ଯେହେତୁ ଗୃହ ବିଭାଗ ମୂଖ୍ୟମନ୍ତ୍ରୀ ଙ୍କ ଅଧୀନରେ ରହିଛି ମୂଖ୍ୟମନ୍ତ୍ରୀ ନିଜ ଦଳର ସାଂସଦ କୁ ପଚାରୁ ନାହାନ୍ତି ଯେ, ଜଣେ ବ୍ୟକ୍ତିକୁ ଦଳରୁ ନିଲମ୍ବିତ କରାଯିବା ପରେ ମଧ୍ୟ ତାଙ୍କୁ ରାଉରକେଲା ମ୍ୟୁନିସିପାଲିଟିରେ ନିଜ ପ୍ରତିନିଧି କାହିଁକି ରଖିଛନ୍ତି? ବା ପ୍ରକାଶ ପାଶୱାନ କୁ ସାଂସଦ ପ୍ରତିନିଧି ପଦରୁ ବହିଷ୍କୃତ କରିନାହାନ୍ତି କାହିଁକି ? ବର୍ତମାନ ପରିସ୍ଥିତି କୁ ଆଖି ଆଗରେ ରଖି ସୁନ୍ଦରଗଡ଼ ସାଂସଦ ତଥା ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ନିଜ ପ୍ରତିକ୍ରିୟାରେ ପ୍ରକାଶ ପାଶୱାନ କୁ ନିଜ ସକ୍ରିୟ କାର୍ଯ୍ୟକର୍ତ୍ତା ଏବଂ ରାଉରକେଲା ମହାନଗର ନିଗମରେ ପ୍ରତିନିଧି ଥିବାର କଥାକୁ ଦୋହରାଇ କହିଛନ୍ତି ଯେ, ପ୍ରକାଶ ପାଶୱାନ ବିରୁଦ୍ଧରେ ଯଦି କୌଣସି ଅଭିଯୋଗ ରହିଛି ହେଲେ ତାର ନିରପେକ୍ଷ ଓ ସ୍ବଛ ତଦନ୍ତ କରାଯାଉ ଏବଂ ଦୋଷ ପ୍ରମାଣିତ ହେଲେ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ। ଆଇନ୍ ସମସ୍ତଙ୍କ ପାଇଁ ସମାନ ଅଟେ, ରାଜନୀତିରେ ବିରୋଧ ରହିବ, ସମାଲୋଚନା ମଧ୍ୟ ହେବ କିନ୍ତୁ ମିଥ୍ୟା ଅପପ୍ରଚାର ଓ ଷଡ଼ଯନ୍ତ୍ରକୁ ବରଦାସ୍ତ କରାଯିବ ନାହିଁ। ଜୁଏଲ ଓରାମଙ୍କ ପରି ପାନପୋଷ ଉପ ଜିଲ୍ଲାପାଳ ଶ୍ରୀ ଚନ୍ଦ୍ରକାନ୍ତ ମଲ୍ଲିକ ମଧ୍ୟ ନିଜ ପକ୍ଷ ରଖିବା କଥା ଯେ, ସେ କାହା ଚାପରେ କିମ୍ବା କାହା ଇଙ୍ଗିତରେ ସୁରକ୍ଷା ଦୃଷ୍ଟିରୁ ସୁରକ୍ଷିତ ବୋଲାଉଥିବା ଜାଗା ସର୍କିଟ ହାଉସରେ ରୁମ୍ ଦେଇଥିଲେ ଏଥିରେ ପ୍ରକାଶ ପାଶୱାନଙ୍କ ଭୁମିକା କଣ ରହିଛି ? ନାଁ ମନ୍ତ୍ରୀଙ୍କ ଅତି ନିକଟରେ ଥିବା ବ୍ୟକ୍ତିଙ୍କ ଚାପରେ ରୁମ ଦେଇଥିଲେ ଏସବୁ ଲୋକଲୋଚନକୁ ଆଣିବା ର ଆବଶ୍ୟକତା ରହିଛି। ଏବଂ କୁହାଯାଉଛି ଯେ, ପୋଲିସ ପକ୍ଷରୁ ବର୍ତମାନ ପର୍ଯ୍ୟନ୍ତ ଉପ ଜିଲ୍ଲାପାଳ ପାନପୋଷ କୁ ଜେରା କରାଯାଇନାହିଁ ଯଦି ପୋଲିସ ପ୍ରଶାସନ ଉପ ଜିଲ୍ଲାପାଳଙ୍କୁ ଜେରା କରିନାହିଁ ହେଲେ ପୋଲିସ ପ୍ରଶାସନ ର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ ଘଟଣା, ପୋଲିସ କାହା ଚାପରେ ଏଭଳି ଏକ ସ୍ପର୍ଶକାତର ସଂବେଦନଶୀଳ ମାମଲାରେ ନିରବ ରହିଛି ବୋଲି ବରିଷ୍ଠ ସାମ୍ବାଦିକ ଶ୍ରୀ ଅରବିନ୍ଦ ଦାସ ମିଡ଼ିଆ କୁ ଦେଇଥିବା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏହି ପ୍ରକରଣରେ ରାଉରକେଲା ଜିଲ୍ଲା ପୋଲିସ ପକ୍ଷରୁ ପ୍ରକାଶ ପାଶୱାନ ବ୍ୟବହାର କରୁଥିବା SUV କାର କୁ ଜବତ୍ କରିବା ସହ ପ୍ରକାଶ ପାଶୱାନଙ୍କ ଘରର ଲୋକଙ୍କୁ ଓ ଅନ୍ୟ ଦୁଇ ନିକଟତମ ସହଯୋଗୀଙ୍କୁ ପଚରାଉଚରା କରୁଥିବା ବେଳେ ପ୍ରକାଶ କୁ ଧରିବା ପାଇଁ ଗଠିତ ତିନୋଟି ସ୍ବତନ୍ତ୍ର ଟିମ୍ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏବେ ଦେଖିବାକୁ ବାକି ରହିଲା ଯେ ଏହି ମାମଲାରେ କୌଉ ପାଣି କୁଆଡେ ଯାଉଛି।

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *