ନବ କଳେବରରେ ଏବେ – ଚଣ୍ଡୀଖୋଲର ଵାବା ଭ୍ୟୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ

ଚଣ୍ଡିଖୋଲ, ତା ୧୯/୮(କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) : ଯାଜପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ହେଉଛି ବାବା ଭ୍ୟେରାବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ , ଚଣ୍ଡିଖୋଲ। ଏହି ମହାବିଦ୍ୟାଳୟ ୫୧ବର୍ଷ ଧରି ଚାଲୁଅଛି ଶିକ୍ଷାର ବିକାଶ ପାଇଁ ଅଧ୍ୟକ୍ଷ ଓ ଅଧ୍ୟାପକ ମାନେ ନିଜ କର୍ତ୍ତବ୍ୟ ରେ ଅବହେଳା ନକରି ଅଧ୍ୟାପନା କରିଥାନ୍ତି, ତଥାପି ଏହି କ୍ଷେତ୍ରରେ ଆହୁରି କିଛି ଦୃଷ୍ଟି ଦେବା ଆବଶ୍ୟକତା ରହିଛି। ଏହି ମହାବିଦ୍ୟାଳୟ ବାରୁଣାବନ୍ତ୍ ପର୍ବତର ପାଦ ଦେଶରେ ଅବସ୍ଥିତ । ଏଠାରେ ଭରପୁର ଜଙ୍ଗଲ ରହିଛି, ବିଭିନ୍ନ ପ୍ରକାର ବୃକ୍ଷ ଥିବାରୁ ସୁନ୍ଦର୍ ପରିବେଶ ସୃଷ୍ଟି କରିଛି। ୨୦ଦିନ ପୂର୍ବରୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭାବରେ ଦାୟୀତ୍ୱ ବହନ କରିଛନ୍ତି ଡକ୍ଟର ପ୍ରିୟବ୍ରତ ମହାନ୍ତି । ସେ ପହଁଚିବା ପରେ କଲେଜରେ ଶୃଙ୍ଖଳିତ ବ୍ୟବସ୍ଥା କିଛି ଟା ବଢିଲା ଭଳି ପ୍ରତୀୟମାନ ହେଉଛି।। ନୂତନ ଅଧ୍ୟକ୍ଷ ପହଞ୍ଚିଲା ପରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଏବେ ଠିକ୍ ସମୟରେ ପହଂଚି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରୁଥିଵା ଜଣାଯାଏ। ପ୍ରକାଶ ଥାଉକି ଅଧ୍ୟକ୍ଷ ଭାବେ ଡକ୍ଟର ପ୍ରିୟବ୍ରତ ମହାନ୍ତି ଯୋଗ ଦେବା ଠାରୁ ସେ କେମେଷ୍ଟ୍ରୀ ବିଭାଗରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ଵି ପଢାନ୍ତି ।  ସେ ମଧ୍ୟ ପ୍ରତ୍ୟେକ ଦିନ ସମସ୍ତ ଶ୍ରେଣୀ ଗୃହକୁ ଯାଉଛନ୍ତି। ଏବେ ମହାବିଦ୍ୟାଳୟ ରେ ଶିକ୍ଷାକୁ ଅଧିକ୍ ପ୍ରାଧାନ୍ୟ ଦିଆଯାଉ ଥିବାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଶିଘ୍ର ପ୍ରଗତି  ହେବବୋଲି ସାଧାରଣରେ ଆଲୋଚନା ହେଉଛି। ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନ ରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଯେଉଁ ଖେଳ ପଡିଆ ରହିଅଛି ତାହାର ଉନ୍ନତି ର ଆବଶ୍ୟକତା ରହିଛି ଏବଂ ଚତୁର୍ପାର୍ଶ୍ୱରେ ପାଚେରୀ ନିର୍ମାଣର ଏକାନ୍ତ ଜରୁରୀ। ବଟାନି କାଲ ଗାର୍ଡନ ଉଚ୍ଚ ମାନର କରାଗଲେ ସେ ବିଭାଗର ଛାତ୍ର ଛାତ୍ରୀ ମାନେ ସୁବିଧା ପାଇବେ ବୋଲି ଆଶା କରାଯାଉଛି।  ନୂତନ ଅଧ୍ୟକ୍ଷଙ୍କ ନିଯୁକ୍ତି ପରେ ନିଶ୍ଚିନ୍ତ ଭାବେ ଚଣ୍ଡୀଖୋଲ କଲେଜରେ  ଏକ ସୈନ୍ଦର୍ୟ୍ଯ ମୟ ପରିବେଶ ସୃଷ୍ଟି ହୋଇ ପାରିବେ ବୋଲି , ଏ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ୍, ପରିବେଶବିତ୍  ମାନେ ଦୃଢ଼ ବିଶ୍ବାସ ରଖିଛନ୍ତି।

Leave a Reply

Your email address will not be published. Required fields are marked *