

ଚଣ୍ଡିଖୋଲ ୧୬/୮(କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ବଡଚଣା ବ୍ଳକର ବିଭିନ୍ନ ସରକାରୀ ଓ ବେସରକାରୀ ତଥା ବ୍ୟବସାୟୀ ସଂସ୍ଥା, ସାମାଜିକ ସାଂସ୍କୃତିକ ଅନୁଷ୍ଟନ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଶ୍ରଦ୍ଧା, ଭକ୍ତି, ଓ ଆନନ୍ଦ ଉଲ୍ଲାସର ସହିତ ପାଳିତ, ହୋଇଯାଇଛି l ଚଣ୍ଡିଖୋଲ କୋର୍ଟ ଠାରେ ବିଚାର ପତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ଗୋପବନ୍ଧୁ ଗଡନାୟକ ପତାକା ଉତ୍ତୋଳନ କରିଥିଲେ I ସବ୍ ଜଜ ଶ୍ରୀ ବିଶ୍ଵ ଦୀପକ ସାହୁ, ଜେ ଏମ୍ ଏଫ୍ ସି ଶ୍ରୀମତୀ ଶ୍ରୀମୟୀ ନନ୍ଦ, ଅତିରିକ୍ତ ଜେ ଏମ୍ ଏଫ୍ ସି ଶ୍ରୀମତୀ ଶ୍ରୁତି ଅଭିଳାଷା, ଓକିଲ ସଂଘ ସଭାପତି ଦେବରାଜ ବେହେରା, ସମ୍ପଦକ ପ୍ରକାଶ ଚନ୍ଦ୍ର ଦାସ ,ବଡଚଣା, ପଂଚାୟତ ସମିତି ଓ ଦଳୀୟ କାର୍ଯ୍ୟାଳୟ ଠାରେ ବିଧାୟକ ଅମର ନାୟକ, ଦର୍ପଣ ତହସିଲ ଠାରେ ସହସିଲଦlର୍ ମାନସ ରଞ୍ଜନ ତ୍ରିପାଠୀ, ବଡଚଣା ଥାନ ଓ ଚଣ୍ଡିଖୋଲ ଟ୍ରାଫିକ ଥାନାରେ ଥାନାଧିକାରୀ ଜଗଦୀଶ କର,ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଠାରେ ସହକାରୀ ପରିବହନ ଅଧିକାରୀ ଖଗେଶ୍ବର ମୁର୍ମୁ , ଚଣ୍ଡୀଖୋଲ ଫାଣ୍ଡି ରେ ଫଣ୍ଡିଆଧିକlରୀ ସୁଶାନ୍ତ କୁମାର ଦାସ, ଚଣ୍ଡିଖୋଲ ପ୍ରେସ କ୍ଲବ ତରଫରୁ ସଭାପତି ବେଣୁଧର ପଣ୍ଡା, ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ ରେ ସଭାପତି, ଚନ୍ଦନ କୁମର ନାୟକ, ବଣିକ ସଂଘ ସଭାପତି କ୍ଷୀରୋଦ ମlହlଲା, ପଲ୍ଲିମଙ୍ଗଲ ସେବା ସମବାୟ ସମିତି ଠାରେ ସଭାପତି ସଞ୍ଜୟ କୁମାର ସ୍ବାଇଁ, ରାଜୀବ ମେମୋରିଆଲ ଠାରେ ବିଜେଡ଼ି ଯୁବ ନେତା ରାଜ ନାରାୟଣ ମହାପାତ୍ର, ବଡ଼ଚଣା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ଡକ୍ଟର , ପ୍ରୟାସ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଠାରେ ସଭାପତି ଆଶିଷ ରଂଜନ ମହାପାତ୍ର, ବରିଷ୍ଟ ନାଗରିକ ମଞ୍ଚ ଠାରେ ସଭାପତି ଶେଷ ଦେବ ନାୟକ, ବାବା ଭୈରବlନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡକ୍ଟର ପ୍ରିୟବ୍ରତ ମହାନ୍ତି, ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ , ଡ ବେଣୁଧର ପ୍ରଧାନ, ସମାଜ ବିକାଶ କର୍ମଜୀବୀ ଶ୍ରମିକ ସଂଘ ଠାରେ ଚଣ୍ଡିଖୋଲ ବିକାଶ ପରିଷଦ ସଭାପତି ସାଇ ଶ୍ରିଷ୍ଟି ଆବାସିକ ବିଦ୍ୟାଳୟ ପରିସରରେ ଅଧକ୍ଷ ଆଲୋକ ନାରାୟନ ନାୟକ , ଚଣ୍ଡିଖୋଲ ଆକସ୍ମିକ ଦୁର୍ଘଟଣା ଚିକିତ୍ସା କେନ୍ଦ୍ର ଠାରେ ଡକ୍ଟର ଲିନା ପଟ୍ଟନାୟକ ,ଚଣ୍ଡିଖୋଲ ମିଶନ ଶକ୍ତି କାର୍ଯ୍ୟାଳୟରେ ସୁଙ୍ଗୁଡl ଗ୍ରାମ ପଞ୍ଚାୟତ ସ୍ତରୀୟ ସଭାନେତ୍ରୀ ଚାଚାଲିନ୍ ସ୍ବାଇଁ ,ଚଣ୍ଡିଖୋଲ ଫ୍ରେଣ୍ଡସ ସ୍ପୋର୍ଟସ ଆଣ୍ଡ କଲ୍ଚରାଲ କ୍ଳବ୍ ଠାରେ ସଭାପତି ଦେବ ରଞ୍ଜନ ସ୍ବାଇଁ , ବଡଗେଙ୍ଗୁଟି କିମିରିଆ ଦ୍ଵିପାଞ୍ଚଳ କୃଷକ ମଞ୍ଚ ପଦ୍ମଲାଭ ପୁର ଠାରେ ସାଧାରଣ ସଂପାଦକ ଅଭିମନ୍ୟୁ ଧଳ ପତାକା ଉତ୍ତୋଳନ କରିଥିଲେ । ସେହିପରି ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ମାନେ ପତାକା ଉତ୍ତୋଳନ କରିଥିଲେ l