
ଚଣ୍ଡୀଖୋଲ,୧୪/୮ (କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) : ଦର୍ପଣ ତହସିଲ ଅଧିନସ୍ଥ ସମିଆଁ ପଂଚାୟତ ଚମ୍ପାପୁର ଭାଲୁମରା ଗାଁର ଆରତୀ ମହାନ୍ତଙ୍କ ଘର ଗୋଟିଏ ବଣୁଆ ହାତୀ ଭାଙ୍ଗିଦେଇଥିବା ଜଣାଯାଇଛି l ଗୁରିବାର ରାତି ପ୍ରାୟ 3 ଟାରେ ଜଙ୍ଗଲ ରୁ ଏକ ବଣୁଆ ହାତୀ ଆସି ଗାଁରେ ପ୍ରବେଶ କରିଥିଲା ଏବଂ ଗାଁ ମୁଣ୍ଡରେ ଥିବା ଆରତୀ ମହାନ୍ତଙ୍କ ଘରକୁ ଭାଙ୍ଗିବା ସହିତ ଘରେ ଥିବା ଧାନ ଚାଉଳ ନଷ୍ଟ କରିଥିଲା l ରାତିରେ କିଛି ଉପାୟ ନପାଇ ଗରିବ ଆରତୀ ଗାଁ ଭିତରକୁ ପଳାଇଥିଲେ ଏବଂ କିଛି ଲୋକଙ୍କୁ ଡାକି ହାତୀକୁ ଘଉଡ଼େଇ ଥିଲେ l କିଛି ସମୟ ପରେ ବନବିଭାଗ କର୍ମଚାରୀ ଘଟନାସ୍ଥଳରେ ପହଂଚି ହାତୀଟିକୁ ଜଙ୍ଗଲ ଭିତରକୁ ଘଉଡ଼େଇଥିଲେ l ଆଜି ସକାଳେ ସମିଆଁ ସରପଞ୍ଚ ଭ୍ରହ୍ମ ବିଶ୍ଵବିଜୟ ଆରତୀଙ୍କ ନିକଟରେ ପହଂଚି ତାଙ୍କୁ ବିଧାୟକ ଅମର କୁମାର ନାୟକ ପଠାଇଥିବା ପାଲ ଦେବା ସହିତ ସରକାରୀ ସ୍ତରରେ ଗରିବ ଆରତୀଙ୍କୁ ସହାୟତା ପ୍ରଦାନ ପାଇଁ ଦାବି କରିଥିଲେ l ତେବେ ଗତ କିଛି ଦିନହେବ ଏହି ବଣୁଆ ହାତିଟି ସମିଆଁ ପଂଚାୟତରେ ଚଳପ୍ରଚଳ କରୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହେଉଛନ୍ତି l ତେଣୁ ତୁରନ୍ତ ଉକ୍ତ ହାତୀକୁ ଏଠାରୁ ଘୁଡଇ ଜଙ୍ଗଲରେ ଛାଡିବାକୁ ସରପଞ୍ଚ ଶ୍ରୀ ଭ୍ରହ୍ମ ବନବିଭାଗ ନିକଟରେ ଦାବି କରିଛନ୍ତି l