ପ୍ରତ୍ୟୁଷ ଅର୍ଗାନାଇଜେସନ ୮୦ତମ ସ୍ଵାଧୀନତା ଦିବସ ପାଳିତ


କଟକ ୧୫.୦୮.୨୦୨୬ : ପ୍ରତ୍ୟୁଷ ଅର୍ଗାନାଇଜେସନ୍ ପକ୍ଷରୁ ୮୦ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସମାରୋହରେ ସଂସ୍ଥାର ନିର୍ଦ୍ଦେଶକ ନିରଞ୍ଜନ ପଣ୍ଡା ପତାକା ଉତ୍ତୋଳନ କରିଥିଲେ । ତାଙ୍କ ସହିତ ସଂସ୍ଥାର ଅଧ୍ୟକ୍ଷ ଅରବିନ୍ଦ କୁମାର ସିଂ ମଧ୍ୟ ଯୋଗଦାନ ଦେଇଥିଲେ । ପତାକା ଉତ୍ତୋଳନ କରି କର୍ମଚାରୀମାନଙ୍କୁ ଦେଶପ୍ରେମରେ ଏକତା ହୋଇ ଦେଶର ପ୍ରଗତି ପାଇଁ ଜଣେ ଭଲ ନାଗରିକ ଏବଂ ଉକ୍ତ ସଂସ୍ଥାର ଉତ୍ତମ କର୍ମଚାରୀ ଭାବେ ଆଗେଇ ଚାଲିବା ପାଇଁ ଆହ୍ଵାନ ଦେଇଥିଲେ । କଠୋର ପରିଶ୍ରମ, ସତକର୍ମ କରି କାର୍ଯ୍ୟରେ ଆଗେଇ ଯିବାପାଇଁ କାମ କରି ଚାଲନ୍ତୁ ସଂସ୍ଥାର ଉତ୍ତରୋତ୍ତର ଉନ୍ନତି ହେବ । ଏହି କାର୍ଯ୍ୟକ୍ରମରେ ଗଣେଶ ଚନ୍ଦ୍ର ପଣ୍ଡା, ରଶ୍ମିତା ପାର୍ଲ , ଲିଜା ମହାନ୍ତି, ଜ୍ଞାନେଦ୍ର ବେହେରା, ସୁଭାଷ ଚନ୍ଦ୍ର ମଲ୍ଲ ଉପସ୍ଥିତ ଥିଲେ । ଶ୍ରୀଧର ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *