ଆର୍. ଡି. ଏସ୍ ଡିଗ୍ରୀ କଲେଜରେ ଇ.ଏଲ୍.ସି କ୍ଲବ ଦ୍ଵାରା ଭୋଟର ସଚେତନତା କାର୍ଯ୍ୟକ୍ରମ

ବାରିପଦା/ଉଦଳା(କ: ବ୍ଯୁ) ତା୧୪/୦୮/୨୦୨୪ : କୁଣ୍ଡାବାଇ ସ୍ଥିତ ଆର୍. ଡି. ଏସ୍. ଡିଗ୍ରୀ କଲେଜରେ ଇଲେକଟୋରାଲ ଲିଟ୍ରେସି କ୍ଲବ ଦ୍ଵାରା ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ଗିରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୋଟର ତାଲିକାରେ କିଭଳି ନୂତନ ଭାବେ ନାମ ପଞ୍ଜୀକୃତ କରିବା ସହ ଗଣତନ୍ତ୍ରର ମହାନ୍ ପର୍ବରେ ସାମିଲ ହୋଇ ନିଜର ମତଦାନ ସାବ୍ଯସ୍ତ କରିବା ସହ ଦେଶକୁ ଉନ୍ମତ, ବିକଶିତ ରାଷ୍ଟ୍ରରେ ପରିଗଣିତ କରାଯାଇପାରିବ ସେ ବିଷୟରେ ନିଜର ମତ ଉପସ୍ଥାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ଅକ୍ଷୟ କୁମାର ଗିରି , ଇଂରାଜୀ ବିଭାଗର ମୁଖ୍ୟ ଡ. ଅଜିତ କୁମାର ମହାପାତ୍ର, ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ଗୋପିନାଥ ଦାସ, ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ପ୍ରାମାଣିକ ଯୋଗଦେଇ ମତଦାନ ପ୍ରକ୍ରିୟାରୁ ଯେମିତି କୌଣସି ବି ଭୋଟର ବାଦ ନଯିବେ ଏଥିସହ ସମସ୍ତଙ୍କର ମତଦାନ ସାବ୍ୟସ୍ତ କରିବାର ଅଧିକାର ଓ ବିଭିନ୍ନ ଫର୍ମ ଓ ଭୋଟର ଆପ୍ଲିକେସନ ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ସୁଧାଂଶୁ ଶେଖର ଦାସମଙ୍ଗରାଜ ପରିଚାଳନା କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସତାଧିକ ଛାତ୍ର ଛାତ୍ରୀ ସମେତ ସମସ୍ତ ଅଧ୍ଯାପକ, ଅଧ୍ୟାପିକା ଓ ଅଣ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *