ଧର୍ମପ୍ରାଣା ମହିଳାଙ୍କ ସ୍ମୃତି ଚାରଣ ସଭା

ଚଣ୍ଡିଖୋଲ ୧୪/୮(କ ବ୍ୟୁ) : ବଡଚଣା ବ୍ଲକ୍ ଅନ୍ତର୍ଗତ ଉପୂଳା ଗ୍ରାମର ସ୍ବର୍ଗତ ଶ୍ରୀଧର ଲେଙ୍କା ଙ୍କ ଧର୍ମପତ୍ନୀ ସ୍ବର୍ଗତା ସରସ୍ଵତୀ ଦେଵୀ ଙ୍କ ଅକଦଶାହ ଅବସରରେ ଏକ ସ୍ମୃତି ଚାରଣ ସଭା ପୂର୍ବତନ ଅଧ୍ୟକ୍ଷ ବସନ୍ତ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଏଥିରେ ବଡଚଣା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ରାଉତ,ପୁର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ଦାସ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବଳରାମ ରଣା, ମୋନାଲିସା ପ୍ରିୟଦର୍ଶିନୀ, ରମେଶ ଚନ୍ଦ୍ର ପଢିଆରୀ, ବୀରକିଶୋର ସ୍ଵାଇଁ, କ୍ଷିରୋଦ ଚଂଦ୍ର ସାହାଣୀ, ବୈକୁଣ୍ଠ ନାଥ ରାଉତ,ଅଜୟ କୁମାର ମହାନ୍ତି, ସୁକାନ୍ତ କୁମାର ଲେଙ୍କା, ନୃସିଂହ ଚରଣ ଲେଙ୍କା, ଅନିଲ କୁମାର ଦାସ,ସମାଜସେବୀ ଦୀପକ୍ କୁମାର ମିଶ୍ର, ହୋଲି ଜେଶସ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା କାମିନୀ ନାୟକ, କେଶବ ଚନ୍ଦ୍ର ସାମଲ, ଅନନ୍ତ କିଶୋର ମାହାଲା ବରିଷ୍ଟ ସାମ୍ବାଦିକ ପ୍ରସନ୍ନ କୁମାର ବିଶ୍ବାଳ, ଶିକ୍ଷକ ନବ କିଶୋର ବିଶ୍ବାଳ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତା ସରସ୍ଵତୀ ଦେଵୀ ଙ୍କୁ ଜଣେ ଧର୍ମ ପ୍ରାଣା, ପରୋପକାରୀ, ମିଷ୍ଟଭାଷୀ ବନ୍ଧୁ ବତ୍ସଳା, ସ୍ନେହିଁ ମହିଳା ଭାବରେ ବର୍ଣ୍ଣନା କରିଥିଲେ। ଜ୍ୟେଷ୍ଠ ପୁତ୍ର ଧର୍ମଶାଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ଅଜୟ କୁମାର ଲେଙ୍କା, କନିଷ୍ଠ ପୁତ୍ର ଅକ୍ଷୟ କୁମାର ଲେଙ୍କା ଆଗନ୍ତୁକ ଅତିଥି ମାନଙ୍କୁ ସ୍ୱାଗତ କରିଥଲେ।

Leave a Reply

Your email address will not be published. Required fields are marked *