ସ୍ୱାଧୀନତା ସଂଗ୍ରାମର ମହାମନିଷୀ ମାନଙ୍କୁ ମନେପକାଇ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ତ୍ରିରଙ୍ଗା ବାଇକ୍ ରାଲି ଅନୁଷ୍ଠିତ

କଟକ : କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଧୀନତା ସଂଗ୍ରାମର ମହାମନିଷୀ ମାନଙ୍କୁ ମନେପକାଇ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ତ୍ରିରଙ୍ଗା ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି। ନେତାଜୀ ମେମୋରିଆଲ ରୁ ଏହି ବାଇକ୍ ଶୋଭାଯାତ୍ରାରେ ଶତାଧିକ ଜନସାଧାରଣ ଙ୍କ ସମେତ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ। ଏହି ବାଇକ୍ ରାଲୀ ସହର ପରିକ୍ରମା କରିବା ପରେ ଶେଷରେ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ପହଞ୍ଚିବା ପରେ ଚିତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟ କ୍ରମ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ତ୍ରିରଙ୍ଗା ଯାତ୍ରା ଭାରତୀୟ ସ୍ୱାଭିମାନର ପ୍ରତୀକ । ବିକଶିତ ଭାରତ, ବିକାଶ ଓଡ଼ିଶା ଗଠନରେ ତ୍ରିରଙ୍ଗା ଯାତ୍ରାରେ ଯୋଗଦାନ କରିବା ଏବଂ ସଂକଳ୍ପ ନେବା ଏହାର ମୂଳ ଲକ୍ଷ୍ୟ । କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ହର ଘର ତ୍ରିରଙ୍ଗା ଯାତ୍ରା ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି। ଚଳିତ ମାସ 9 ତାରିଖ ଠାରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଅଗଷ୍ଟ 17 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥି ସହିତ ରାଷ୍ଟ୍ର ଗୀତ, ପରିବେଷଣ କରାଯାଉଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ନିଜ ଜିଲ୍ଲା ଏବଂ ସହରରେ ହର ଘର ତ୍ରିରଙ୍ଗା ରେ ଭାଗ ନେବା ପାଇଁ ନିବେଦନ କରିଛନ୍ତି। ତେଣୁ ଆଜି କଟକ ଜିଲ୍ଲା ପକ୍ଷରୁ କଟକରେ ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଅତିରିକ୍ତ ଜିଲ୍ଲା ପାଳ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର କଟକ ଡିସିପି ଋଷିକେଶ ଖୀଲାରି, ଜିଲ୍ଲା ଶିକ୍ଷାଅଧିକାରୀ ନିତ୍ୟାନନ୍ଦ ବାରିକ ଙ୍କ ସମେତ ବହୁ ଅଧିକାରୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *