ନୟାଗଡ : ଟ୍ରେନ ଧକ୍କା ରେ ଗାଈ ଚରାଳି ସହିତ ୪ ଗାଈ ମୃତ। ଏଭଳି ଦୁର୍ଘଟଣା ନୟାଗଡ ଜ଼ିଲ୍ଲା ନୂଆଗାଁ ଥାନା ସଂପଡା ରେ ଘଟିଛି। ଆଜି ଅପରାହ୍ନ ରେ ଦଶପଲ୍ଲା ରୁ ଭୁବନେଶ୍ୱର ମେମୁ ଟ୍ରେନ ଆସୁଥିଲା। ଟ୍ରେନ ଟି ନୂଆଗାଁ ରୁ ଛାଡି ମହୀପୁର ଷ୍ଟେସନ ରେ ପଂହଁଚି ଥାନ୍ତା। ସଂପଡା ନିକଟରେ ବିଶ୍ୱନାଥ ସ୍ୱାଇଁ ଙ୍କ ୪ ଟି ଗାଈ ଟ୍ରେନ ଟ୍ରାକ କୁ ଆସିଥିଲା। ଟ୍ରେନ କୁ ଦେଖି ଗାଈ ଚରାଳୀ ବିଶ୍ୱନାଥ ଟ୍ରାକ କୁ ଯାଇ ଗାଈକୁ ବାଡେଇଥିଲା। ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ମେମୋ ଟ୍ରେନ ଧକ୍କା ଦେଇଥିଲା। ଦୁର୍ଘଟଣା ସ୍ଥଳରେ ଗାଈ ଚରାଳି ସହିତ ଗାଈ ର ମୃତ୍ୟୁ ହୋଇଛି। ରେଳ ବିଭାଗ ଓ ନୂଆଗାଁ ପୋଲିସ ପଂହଁଚି ଲେ ଶବ ବ୍ୟବଛେଦ ହେବ ବୋଲି ନୂଆଗାଁ ଷ୍ଟେସନ ମ୍ୟାନେଜର କହିଛନ୍ତି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ