ପୋଖରୀ ରେ ବୁଡି ନାବାଳକ ମୃତ୍ୟୁ


ନୟାଗଡ : ପୋଖରୀ ରେ ବୁଡି ନାବାଳିକା ମୃତ୍ୟୁ। ଗତ କିଛି ଦିନ ତଳେ ଫତେଗଡ଼ ଥାନା ବାଘୁଆପଲ୍ଲୀ ଗାଁର ନାବାଳକ ବିଶ୍ୱଜିତ ପ୍ରଧାନ ତା ମାମୁଁ ଘର ସଦରଥାନା ଅନ୍ତର୍ଗତ ବାଲୁଗାଁ ଆସିଥିଲା। ଆଜି ସକାଳୁ ଦୈନ୍ୟ ଦିନ ନିତ୍ୟକର୍ମ କରିବା ପାଈଁ ନିକଟସ୍ଥ ଚଣ୍ଡୀ ପୋଖରୀ କୁ ଆସିଥିଲା। ସେଠାରେ ଅସାବଧାନତା ଯୋଗୁ ପୋଖରୀ ରେ ବୁଡି ଯାଇଥିଲା। ସ୍ଥାନୀୟ ଲୋକ ଦେଖି ତାକୁ ପୋଖରୀ ରୁ ଉଧାର କରି ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। ସଦର ଥାନା ପୋଲିସ ପଂହଁଚି ମୃତ ଦେହକୁ ଜବତ କରି ଶବ ବ୍ୟବଛେଦ ପାଈଁ ପଠାଇଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *