ନୟାଗଡ : ଭୁଲ ଇଞ୍ଜେକସନ ଦେବାରୁ ଚାଲିଗଲା ଯୁବତୀ ର ଜୀବନ। ଏଭଳି ଏଭିଯୋଗ ଆସିଛି ନୟାଗଡ ଜିଲ୍ଲା ଭାପୁର ସ୍ବାସ୍ଥ୍ୟକେନ୍ଦ୍ରରେ। ଫତେଗଡ଼ ଥାନା ଗୋଳାପୋଖରୀ ଗାଁ ର ଗୋକୁଳ ବେହେରାଙ୍କ ଝିଅ ସନ୍ତୋଷୀ ବେହେରା ଙ୍କ ଗତକାଲି ଜ୍ୱର ହେଉଥିଲା। ଆଜି ଜ୍ୱର ସାଙ୍ଗକୁ ସକାଳୁ ମୁଣ୍ଡ ବୁଲେଇବା ହେବାରୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ସେଠାରେ ଡାକ୍ତର ଭୁଲ୍ ଇଞ୍ଜେକସନ ଦେଇ ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଫତେଗଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣାରୁ ଜଣାପଡିଛି ଯେ ଭାପୁର ଡାକ୍ତର ସେଠାରେ ତାଙ୍କୁ ଇଞ୍ଜେକସନ ଦେଇଥିଲେ । ତେବେ କିଛି ସମୟ ପରେ ଝିଅଟି ମୃତ୍ୟୁ ବରଣ କରିଥିଲା। ଘଟଣା ସ୍ଥଳରୁ ଡାକ୍ତର ଫେରାର ହୋଇଯାଇଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ