କଟକ, ତା ୧୧.୮.୨୬- ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କୁ ଦୁର୍ବ୍ୟବହାର କରିଥିବା କଟକ ସଦର ବିଧାୟକଙ୍କ ନାମକୁ ମନୋନୟନ ପତ୍ରରୁ ପ୍ରତ୍ୟାହାର କରିବା, ବିଧାୟକ ତୁରନ୍ତ ନିଃସର୍ତ୍ତ କ୍ଷମା ମାଗିବା, ରେଭେନ୍ସାରେ ଛାତ୍ର ସଂସଦ ନିର୍ବାଚନ କରିବା, ରେଭେନ୍ସାର ଗଣତାନ୍ତ୍ରିକ ଏବଂ ଶୈକ୍ଷିକ ପରିବେଶ ରକ୍ଷା କରିବା ଦାବିରେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏଆଇଡିଏସଓ କଟକ ଜିଲ୍ଲା କମିଟି ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଗଠନର ରାଜ୍ୟ ପରିଷଦର ଉପ-ସଭାପତି ଭାଗ୍ୟରବି ଦାସ, କଟକ ଜିଲ୍ଲା କମିଟି ସଭାପତି ଇଶା ଧର, ଉପସଭାପତି ଶିବାନୀ ସାହୁ, ସମ୍ପାଦକ ତରୁଣସେନ ନାୟକ, କୋଷାଧ୍ୟକ୍ଷ ଶୁଭସ୍ମିତା ସାହୁ,ସମ୍ପାଦକ ମଣ୍ଡଳୀ ସଦସ୍ୟ ଜ୍ୟୋତ୍ସ୍ନାରାଣୀ ଦାସ,ଭାଗ୍ୟଶ୍ରୀ ପ୍ରଧାନ,ସରୋଜ ମାନସିଂହ,ଜିଲ୍ଲା କମିଟି ସଦସ୍ୟ ସତ୍ୟବ୍ରତ ମୁଦୁଲି,କସକ ଜେନା,ଗାୟତ୍ରୀ ସାହୁ,ସରୋଜ ବେହେରା,ରାଜେଶ ନାୟକ ପ୍ରମୁଖ ବିକ୍ଷୋଭକୁ ନେତୃତ୍ୱ ଦେଇଥିଲେ।
ବିକ୍ଷୋଭ ସଭାରେ ଛାତ୍ରନେତାମାନେ କହିଥିଲେ ଯେ, ଛାତ୍ରସଂସଦ ନିର୍ବାଚନ ବନ୍ଦକରି ସରକାର କ୍ୟାମ୍ପସ ମଧ୍ୟରେ ଶୈକ୍ଷିକ ଓ ଗଣତାନ୍ତ୍ରିକ ପରିବେଶକୁ ନଷ୍ଟ କରିବା ସହ ଶାସକ ଦଳର ଘୃଣ୍ୟ ରାଜନୀତିକୁ ଶିକ୍ଷାନୁଷ୍ଠାନ ମଧ୍ୟରେ ଚପାଇ ଦେବାର ଅପଚେଷ୍ଟା କରୁଛି।
ଏଣୁ ସଂଗଠନ ପକ୍ଷରୁ ଉପସ୍ଥାପିତ ଦାବି ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବ୍ୟାପକ ଶକ୍ତିଶାଳୀ ଆନ୍ଦୋଳନ ସଂଗଠିତ କରାଯିବ ବୋଲି ଛାତ୍ରନେତାମାନେ ଚେତାବନୀ ଦେଇଛନ୍ତି।