ଆସନ୍ତାକାଲି ଆସୁଛନ୍ତି ମହାମହିମ:ରାଷ୍ଟ୍ରପତି ହେବା ପରେ ଦୌପଦୀ ମୁର୍ମୁଙ୍କ ପ୍ରଥମ ମୟୂରଭଞ୍ଜ ଗସ୍ତ

ମୟୂରଭଞ୍ଜ:ଆସନ୍ତାକାଲି ରାଇରଙ୍ଗପୁର ଆସିବେ ମହାମହିମ । ଯେଉଁଥି ପାଇଁ ସଜେଇ ହେଉଛି ତାଙ୍କ ଗାଁ ପାହାଡ଼ପୁର । ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ମଧ୍ୟ ଦେଖିବା ପାଇଁ ମିଳୁଛି । ପ୍ରଶାସନ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ରାଷ୍ଟ୍ରପତି ହେବା ପରେ ଏହା ଦୌପ୍ରଦୀ ମୁର୍ମୁଙ୍କର ତୃତୀୟ ଓଡିଶା ଗସ୍ତ । ହେଲେ ନିଜ ଜନ୍ମମାଟିକୁ ଏହା ପ୍ରଥମ ଗସ୍ତ । ଯାହାକୁ ନେଇ ଛୋଟପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ହେଲିକପ୍ଟରର ଟ୍ରାଏଲ୍ ରନ କରାଯାଇଛି । ବାରିପଦାର ରାଣିବଦ୍ଧଠାରେ ଚାରିଟି ଅସ୍ଥାୟୀ ହେଲିପେଡ ନିର୍ମାଣ କରାଯାଇଛି । ବାୟୁସେନାର ଅଧିକାରୀ ମାନେ ଆସି ହେଲିପେଡର ଯାଞ୍ଚ କରିଛନ୍ତି ।

Leave a Reply

Your email address will not be published. Required fields are marked *