ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ସରଗରମ ରାଜନୀତି

ମୁମ୍ବାଇ: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାୱାର ଦଳର ଅଧ୍ୟକ୍ଷ ପଦରୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏହି ଦଳକୁ ସେ ଦୁଇଦଶନ୍ଧି ପୂର୍ବେ ପ୍ରତିଷ୍ଠା କରିଥିଲେ। 

ସେ ଖୁବଶୀଘ୍ର ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ବୋଲି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ମୁଁ ଚାହୁଁଛି ଏନସିପିର ଅଧ୍ୟକ୍ଷ ପଦ ଆଉ କେହି ସମ୍ଭାଳନ୍ତୁ । ଏହା ସହିତ ସେ ସୂଚନା ଦେଇ କହିଛନ୍ତି ଯେ ସେ ରାଜନୀତିରେ ସକ୍ରିୟ ରହିବେ କିନ୍ତୁ ସେ ଆଉ ଅଧ୍ୟକ୍ଷ ଭୂମିକା ଲିଭେଇବା ପାଇଁ ଚାହୁଁ ନାହାନ୍ତି ।

ଯେତେବେଳେ ପଦ ଛାଡିବା କଥା ଉଠୁଛି ସେଠି ସ୍ୱାଭାବିକ ଭାବରେ ଏହି ପଦ କାହାକୁ ଦିଆଯିବ ତାହାକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହେଉଛି । ଆଉ ଏହି ପଦ ପାଇବା ପାଇଁ ଲଢେଇ ମଧ୍ୟ ଜୋରଦାର ହେବ ବୋଲି ଆଶା କରାଯାଉଛି । କାରଣ ପୂର୍ବରୁ ଏହି ପଦ ପାଇଁ ଅଜିତ ପାୱାରଙ୍କ ନାମ ଏକ ପ୍ରକାର ଚର୍ଚ୍ଚା ହେଉଥିବା ବେଳେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ତାଙ୍କର ଉତ୍ତରାଧିକାରୀ କରାଯିବା ନେଇ ମଧ୍ୟ ଶୁଣା ଯାଉଛି। ଏତେବେ ଏହା ଭିତରେ ଆସନ ପାଇଁ ଖୁବ ଜୋରଦାର ଟକ୍କର ହେବ ବୋଲି ଆଶା କରାଯାଉଛି ।

ଗତ ସପ୍ତାହ ପୂର୍ବରୁ, ମୁମ୍ବାଇରେ ଆୟୋଜିତ ୟୁଭା ମନ୍ଥାନ କାର୍ଯ୍ୟକ୍ରମରେ ରୁଟିକୁ ଓଲଟେଇବା ବିଷୟରେ କହିଥିଲେ। ପାୱାର କହିଛନ୍ତି, ‘କେହି ଜଣେ ମୋତେ କହିଥିଲେ ଯେ ରୋଟିକୁ ଠିକ୍ ସମୟରେ ଓଲଟେଇବା ପଡିବ ଏବଂ ଯଦି ଏହା ଠିକ୍ ସମୟରେ ନହୁଏ ତେବେ ଏହା ପିତା ଲାଗେ । ବର୍ତ୍ତମାନ ରୋଟିକୁ ଓଲଟେଇବା ପାଇଁ ସଠିକ ସମୟ ଆସିଛି, ଏଥିରେ କୌଣସି ବିଳମ୍ବ ହେବା ଉଚିତ୍ ନୁହେଁ । ଏହି ପରିପ୍ରେକ୍ଷୀରେ ମୁଁ ଦଳର ବରିଷ୍ଠ ନେତାମାନଙ୍କୁ ଏହା ଉପରେ କାର୍ଯ୍ୟ କରିବାକୁ ଅନୁରୋଧ କରିବି।

ପୱାରଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଥିଲା ​​ଯେତେବେଳେ ତାଙ୍କ ପୁତୁରା ତଥା ଏନସିପି ନେତା ଅଜିତ ପାୱାରଙ୍କ ନୂତନ ରାଜନୈତିକ ପଦକ୍ଷେପ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ସେ ବିଜେପି ସହ ହାତ ମିଳାଇପାରନ୍ତି ବୋଲି ଦାବି କରାଯାଉଛି।

ସୂଚନାମୁତାବକ ଗତ ୧୯୯୯ରେ ଏନସିପି ଗଠନ ହେବା ପରଠାରୁ ଶରଦ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ସମ୍ଭାଳି ଆସୁଥିଲେ । ଗତବର୍ଷ ତାଙ୍କୁ ୪ ବର୍ଷ ପାଇଁ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ସେ ଦୀର୍ଘ ୨୪ ବର୍ଷ ଧରି ଏହି ପଦରେ ରହି ଆସିଥିଲେ । ତେଣୁ ତାଙ୍କୁ ଏବେ ପଦ ଛାଡ଼ିବା ଆବଶ୍ୟକତା ରହିଥିବା ଶରଦ କହିଛନ୍ତି । ବିଗତ ୧୯୬୦ ମସିହା ମେ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ଶରଦଙ୍କ ରାଜନୈତିକ ଜୀବନ ଯାତ୍ରା ଏହା ମଧ୍ୟରେ ୬୩ ବର୍ଷ ଅତିକ୍ରାନ୍ତ କରି ସାରିଲାଣି । ଏହି ଅବଧି ମଧ୍ୟରେ ସେ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ରାଜ୍ୟସଭାର ସାଂସଦ ଭାବେ ଶରଦଙ୍କର ଆଉ ୩ ବର୍ଷ ସମୟ ବାକି ଅଛି । ଏହି ସମୟ ମଧ୍ୟରେ ସେ ମହାରାଷ୍ଟ୍ର ଓ ଦେଶ ସହ ଜଡ଼ିତ ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *