ନୟାଗଡ : ନୟାଗଡ ଜ଼ିଲ୍ଲାପାଳ ଙ୍କ ସଦଭାବନା ଗୃହରେ ହର ଘର ତୀରଙ୍ଗା କାର୍ଯ୍ୟକ୍ରମ କୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ନୟାଗଡ ଜ଼ିଲ୍ଲାପାଳ, ଅତିରିକ୍ତ ଜ଼ିଲ୍ଲାପାଳ, ସିଡିଓ, ଉପ ଜ଼ିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ସରକାର ଙ୍କ ନିର୍ଦେଶ ଅନୁସାରେ ଚଳିତ ମାସ ୯ ତାରିଖ ରୁ ୧୭ ତାରିଖ ପର୍ଯ୍ୟନ୍ତ ଜ଼ିଲ୍ଲା ର ସମସ୍ତ ଅଂଚଳ ରେ ହର ଘର ତୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତା କାଲି ଜ଼ିଲ୍ଲାପାଳ ଙ୍କ ନିର୍ଦେଶ କର୍ମେ ଏକ ତୀରଙ୍ଗା ପତାକା ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ରେ ମୁନିସିପାଲିଟି ଅଂଚଳ ର ସ୍କୁଲ କଲେଜ ଓ ଜନ ସାଧାରଣ ମାନେ ଉପସ୍ଥିତ ହେବେ। ୧୪ ତାରିଖ ଦିନ ତୀରଙ୍ଗା କୁ ନେଇ ବିଭିନ୍ନ ପ୍ରତିଯୋଗିତା, ମେଳା ଓ ବିଭିନ୍ନ ଖାଦ୍ୟ ର ଷ୍ଟଲ ପଡିବ। ଜ଼ିଲ୍ଲା ପ୍ରଶାସନ ସମସ୍ତ କାର୍ଯ୍ୟ ଶୁଚି ପ୍ରସ୍ତୁତ କରିଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ