
ବାରିପଦା /ଉଦଳା ତା୧୦/୦୮/୨୦୨୬(କ: ବ୍ଯୁ)
ରାଜ୍ୟ ସରକାର ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାକୁ ପରିବର୍ତ୍ତିତ କରାଯିବାର ପ୍ରୟାସକୁ ଓଡିଶା ଜୋର୍ନାଲିଷ୍ଟ ୟୁନିୟନ(ଓଜେୟୁ) ଦୃଢ ବିରୋଧ କରିଛି ।ସେହି ସମର୍ଥନରେ ସୋମବାର ଦିନ ଉଦଳା ସାମ୍ବାଦିକ ମାନଙ୍କ ଦ୍ବାରା ଏକ ସ୍ମାରକପତ୍ର ଉଦଳା ଡେପୁଟି କଲେକ୍ଟର ଦିଲ୍ଲୀପ କୁମାର ନାଏକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଏଣୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ପୂର୍ବବତ ଅପରିବର୍ତ୍ତିତ ରଖାଯିବା ସହିତ ଏଥିରେ ସାମ୍ବାଦିକଙ୍କ ପିତା ମାତାଙ୍କୁ ତାଲିକା ଭୁକ୍ତ କରାଯିବା ପାଇଁ ଦାବି କରାଯାଇଛି । ଯଦି ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତିତ କରାଯିବାର ପ୍ରୟାସରୁ ଓହରି ସରକାର ତୁରନ୍ତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ କାର୍ଯ୍ୟକାରୀ ନ କରନ୍ତି ତେବେ ଆଗାମୀ ଦିନରେ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଏହି ଦାବିପତ୍ର ପ୍ରଦାନ କରିବା ସମୟରେ ଦୀନବନ୍ଧୁ ବାରିକ, କୃଷ୍ଣଚୈତନ୍ୟ ସଦୁଆଳ, ଶଶୀକାନ୍ତ ମିଶ୍ର,ଦିଲ୍ଲୀପ କଲିଆ, ଆନନ୍ଦ କୁମାର ଦାସ, ଦୀପକ କୁମାର ମିଶ୍ର, ଯଶୋବନ୍ତ ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)