ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା ରେ ପୂର୍ବୀସୋନି ଵଡଚଣା ବ୍ଲକ ଟପ୍ପର

ଚଣ୍ଡିଖୋଲ ୬/୮(କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା):

2025/26ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷା ରେ ପୂର୍ବୀସୋନି ପଢିଆରୀ 63:25ନମ୍ବର ରଖି ଵଡଚଣା ବ୍ଲକ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି,ସେ  ଦୟାଶୁଣୀ

 ଇଉ.ପି ସ୍କୁଲର ଷଷ୍ଟ ଶ୍ରେଣୀ ର ଛାତ୍ରୀ ଅଟନ୍ତି । ବ୍ଲକ ରେ ମୋଟ 11ଜଣ ଛାତ୍ର ଛାତ୍ରୀ ଷଷ୍ଟ ଶ୍ରେଣୀ ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷା ରେ କୃତିତ୍ୱ ହାସଲ କରିଥିବା ବେଳେ ତନ ମଧ୍ୟରୁ ପୂର୍ବୀ ସୋନି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହା ପୂର୍ବ ରୁ ସେ ଥରେ ତୃତୀୟ ରେ ଓ ଆଉ ଥରେ ପଞ୍ଚମ ଶ୍ରେଣୀ ରେ ମଧ୍ୟ ବୃତ୍ତି ପରୀକ୍ଷା ରେ ବ୍ଲକ ରେ କୃତିତ୍ୱ ହାସଲ କରିଛନ୍ତି,ବନ୍ତଳା ଗ୍ରା ପ ଅନ୍ତର୍ଗତ ଉପୁଳା ଗ୍ରାମ ର ପିତା ପବିତ୍ର ପଢିଆରୀ ଓ ମାତା ଖୁଲଣା ଦେବୀଙ୍କ ଝିଅ ଭାବରେ ପରିଚିତ । ସୋନିଙ୍କର ଏହି କୃତିତ୍ୱ ପଛ ରେ ବିଶେଷ କରି ମା ଖୁଲଣା ଦେବି, ବାପା ପବିତ୍ର, ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପ ଲତା ସ୍ୱାଇଁ ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପ୍ରଚେଷ୍ଟା ଓ ପ୍ରେରଣା ରହିଛି ବୋଲି ସେ କହିଛନ୍ତି, ଏହି ଖୁସି ଖବର ଶୁଣି ଦୟାଶୁଣୀ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଖୁସି ର ଲହରୀ ଖେଳି ଯାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *