ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ର ଧାରଣ ଓ ଦାବି ପତ୍ର ପ୍ରଦାନ।

ଚଣ୍ଡିଖୋଲ, ୫/୮(କ.ଵ୍ୟୁ)(ପ୍ରଶାନ୍ତ କୁମାର ଜେନା): ବଡଚଣା ବ୍ଲକ୍ କାର୍ଯ୍ୟାଳୟ ଠାରେ ରେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ଧାରଣା ସହିତ ବଡଚଣା ବିଡ଼ିଓ ଙ୍କ ମାଧ୍ଯମରେ,ମୁଖ୍ୟମନ୍ତ୍ରୀ, ଆଇନ୍ ମନ୍ତ୍ରୀ, ଗଣ ଶିକ୍ଷାମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରା ଯାଇଛି। ଅବସର ନେଇଥିବା ଓ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ପାଇଁ ଚାକିରୀ ସର୍ତ୍ତାବଳୀ ସହ ପେନସନ ପ୍ରଦାନ, ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକୁ ସରକାରୀ କରଣ ଏବଂ ଶୂନ୍ୟ ପଡ଼ିଥିବା ସ୍ଥାନରେ ଶିକ୍ଷକ ନିଯୁକ୍ତି କରିବା, ସହିତ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କୁ ଛଅ ଟି ନେସନାଲ ଇନ୍ କ୍ରି ମେଣ୍ଟ ସହିତ ବାରିଷ୍ଟତା ପ୍ରଦାନ, ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ ସ୍କିମ୍ ର ପୁନଃ ପ୍ରଚଳନ। ଅବସର ସମୟ ସୀମା ୬୦ରୁ ୬୨ବର୍ଷକୁ ବୃଦ୍ଧି, ଗ୍ରେଡ ପେ ରେ ଥିବା  ଅସଙ୍ଗତି ଦୂରୀକରଣ ଆଦି ଦାବୀ ନେଇ ଆସନ୍ତା ୧୬ତାରିଖରେ ଭୁବନେଶ୍ଵର ଠାରେ ଏକ ବିଶାଳ ସମାବେଶରେ କରିବା ପାଇଁ ସ୍ତିର କରାଯାଇଅଛି। ଆଜି ବଡଚଣା ବ୍ଳକ କାର୍ଯ୍ୟାଳୟ ପରିସରରେ ନିଝୁମ ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ଧାରଣାରେ ରାଜ୍ୟ ଓଷ୍ଟା ଯୁଗ୍ମ ସାଧାରଣ ସଂପାଦକ ବ୍ରକ କିଶୋର ବିଶ୍ଵାଳ,ବଡଚଣା ବ୍ଲକ୍ ଓଷ୍ଟା ସମ୍ପାଦକ ସତ୍ୟବାଦୀ ପଣ୍ଡା,ଅଧ୍ୟାପକ ସଲିଳ ରାଜ ନନ୍ଦନ ମହାନ୍ତି, ନିଶି କାନ୍ତ ଦାସ,ପ୍ରଫୁଲ କୁମାର ଦାସ, ହରେ କୃଷ୍ଣ ସ୍ଵାଇଁ, ଜୀତେନ୍ଦ୍ର କୁମାର ମହାରଣା, ହିତେଦ୍ର ଲଙ୍କା, ପ୍ରସନ୍ନ କୁମାର ପୃଷ୍ଟି, ପ୍ରମୋଦ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଅରୁଣ କୁମାର ପୃଷ୍ଟି, ଉପେନ୍ଦ୍ର କୁମାର ସାହୁ, ସୁଧାଂଶୁ ପଣ୍ଡା ପ୍ରମୁଖ ବହୁ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ଏହି ଧାରଣାରେ ବସି ଥିଲେ, ପରେ ବଡଚଣା ବିଡିଓ ଙ୍କ ମାଧ୍ୟମରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *