ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପକ୍ଷରୁ ଗୁରୁ ଦକ୍ଷିଣା ଅନୁଷ୍ଠିତ। 

  ଚଣ୍ଡିଖୋଲ ୪/୮(କ.ବ୍ୟୁ)(ପ୍ରଶାନ୍ତ କୁମାର ଜେନା): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ଆଜି ଗୁରୁ ଦକ୍ଷିଣା ଅନୁଷ୍ଠିତ ହୋଇଯାଇଛି। ବଡଚଣା ଖଣ୍ଡ ଅଧିନସ୍ଥ ସହିଦ୍ ଭଗତ୍ ସିଂହ ପ୍ରଭାତ ଶାଖା ବୈରୀ ପକ୍ଷରୁ ମହା ଆଡମ୍ବରରେ ଗୁରୁ ଦକ୍ଷିଣା ଉତ୍ସବ ଅନୁଷ୍ଠିତ ହୋଇଥିଲା । ସ୍ୱୟଂ ସେବକ ମାନେ ପାରମ୍ପରିକ ଗଣବେଶ ପରିଧାନ କରି ଗୈରୀକ ଧ୍ୱଜା ନିକଟରେ ନିର୍ଦ୍ଧାରିତ ସୂଚୀ ଅନୁସାରେ ସଂଘ ସ୍ଥାନରେ ଉପସ୍ଥିତ ହେବ ବା ସହିତ ଶୃଙ୍ଖଳିତ ଭାବରେ ପ୍ରାର୍ଥନା,ବୌଧିକ ଧ୍ୱଜପ୍ରଣାମ୍,ରାଷ୍ଟ୍ର ଗୀତ ପାଠ କରିଥିଲେ। ନିଜ ନିଜର ସାମର୍ଥ୍ୟ ଅନୁସାରେ ଗୈରୀକ ଧ୍ୱଜା ପାଦତଳେ ଗୁରୁ ଦକ୍ଷିଣା ଗୋପନୀୟ ଭାବରେ ପୈଠ କରିଥିଲେ। ସୂଚନାଯୋଗ୍ୟ ଯେ ସ୍ୱୟଂ ସେବକଙ୍କ ଦ୍ବାରା ଗୁରୁଦକ୍ଷୀଣା ଲବ୍ଧ ରାଶି ରାଷ୍ଟ୍ର ସେବା ଯଥା ବନ୍ୟା,ବାତ୍ୟା,ଭୂମିକମ୍ପ, ଚିକିତ୍ସା କ୍ଷେତ୍ରରେ ବ୍ୟୟ କରାଯାଇଥାଏ। ସଂଙ୍ଘ ର ପ୍ରତିଷ୍ଠାତା ତଥା ପ୍ରଥମ ସରସଂଙ୍ଘ ଚାଳକ ଡଃ କେଶବ ବଳିରାମ୍ ହେଡଗୌୟାର ଜୀ, ଶ୍ରୀ ଗୁରୁଜୀ ଏବଂ ଭାରତ ମାତା ଫଟୋ ଚିତ୍ର କୁ ସୁସଜ୍ଜିତ କରି ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସ୍ୱୟଂ ସେବକ ମୁକୁନ୍ଦ ପ୍ରସାଦ ନାୟକ,ରାଜୀବ ସିହ୍ନା,

ଗଙ୍ଗାଧର ଦାସ୍,ହରିହର ଦଳେଇ,ଶିବଶଙ୍କର ସାହୁ ଯୋଗ ଦେଇଥିଲେ। ବୌଧିକ ରଖିଥିଲେ ଶିକ୍ଷାବିତ ଡମ୍ବରୁ ଧର ରାଉତ୍। ରାଷ୍ଟ୍ର ଗୀତି ପାଠ କରିଥିଲେ ଗଙ୍ଗା ପ୍ରସାଦ ପରିଡା।ପୂଜାର୍ଚ୍ଚନା ଦାୟିତ୍ୱ ପ୍ରକାଶ କୁମାର ମିଶ୍ର ସମ୍ପାଦନା କରିଥିବା ବେଳେ କୋଷାଧ୍ୟକ୍ଷ ଭାବରେ ଦୀନବନ୍ଧୁ ମହାରଣା ଗୁରୁ ଦକ୍ଷିଣା ସମୁହକୁ ଲିପିବଦ୍ଧ କରିଥିଲେ। ଘଟନାୟକ ଜୟନ୍ତ କୁମାର ସାହୁ ଦେଶ ବନ୍ଦନା ପାଠ କରିଥିଲେ। ପ୍ରାର୍ଥନା ପ୍ରମୁଖ ଭାବରେ ବିଶ୍ବଜିତ୍ ଖିଲାର୍ ପାଠ କରିଥିଲେ।ବାଲ୍ ସ୍ୱୟଂ ସେବକ ପ୍ରସନ୍ନ ଜିତ୍ ମହାରଣା ଏବଂ ରୋସନ୍ ଖିଲାର୍ ସ୍ୱଛ୍ଛତା ଦାୟିତ୍ୱ ସମ୍ପାଦନା କରିଥିଲେ।

Leave a Reply

Your email address will not be published. Required fields are marked *