ମୋ ବାଇଚଢ଼େଇ ବସା



ମୁଁ ଏକ ଅଙ୍କା ବଙ୍କା
ନଈ ର ଧାର
ନାହିଁ ମୋର କୂଳ ଥଳ
ନାହିଁ ମୋ ଘର —1
ଅମାବାସ୍ୟା ରେ ଦେଖିଛି
କାଳୀ ଅନ୍ଧାର
ତଥାପି ରଖିଛି ଆଶା
ମନରେ ମୋର —-2
ଜିଅନ୍ତା ଶବ ଟି ମୁହିଁ
ଚାଲେ ନିଶ୍ବାସ
ଭାଙ୍ଗି ଯାଇଛି ମୋହର
ରାଜ ଉଆସ —-3
କେତେ ବାଆ ବତାସ ରେ
ଥିଲି ସାଇତି
ଦୁଇ ହଜାର ଚବିଶ ରେ
ନେଲା ପ୍ରକୁତି —-4
ଉଡି ଗଲେ ବସା ଛାଡ଼ି
ଦୁଇ ଚଢେଇ
ଆନନ୍ଦ ମନରେ ଏବେ
ଅଛନ୍ତି ଯାଇ —–5
କୁଟା କାଠିର ବସାଟି
ଭାସି ଯାଇଛି
ଏ କୂଳ ଛାଡ଼ି ଯାଇ
ସେ କୂଳେ ରହିଛି —6
ଏତିକି ପ୍ରାର୍ଥନା ମୋର
କଳା ଗୋସାଇଁ
କାହାରି ବସାକୁ କେବେ
ଦେବୁନୁ ଉଡ଼ାଇ
ଦେବୁନୁ ଉଡ଼ାଇ —-7

ନିରୁପମା ସ୍ୱାଇଁ
ଦଧିପୁର , ମୋହାକାଳ ପଡ଼ା,
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *