କଟକ, ତା. ୦୬.୦୮.୨୦୨୬ ରିଖ : ପବିତ୍ର ସିଂହନାଥ ପୀଠରେ ହେଉଥିବା ଶ୍ରାବଣୀ ଯାତ୍ରା ତଥା ବୋଲବମ୍ ଯାତ୍ରା ଅବସରରେ ବିପୁଳ ସଂଖ୍ୟାରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଯାନବାହନ ଚଳାଚଳ ଉପରେ ସ୍ୱତନ୍ତ୍ର କଟକଣା ଜାରି କରାଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଆଞ୍ଚଳିକ ସଡକ ପରିବହନ କର୍ତ୍ତୃପକ୍ଷ,ଅଧ୍ୟକ୍ଷ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଅର୍ଥାତ ୧୦.୦୮.୨୦୨୬ ପାଇଁ ୦୯ ଅଗଷ୍ଟ ମଧ୍ୟାହ୍ନ ୧୨ଟା ଠାରୁ ୧୦ ଅଗଷ୍ଟ ସନ୍ଧ୍ୟା ୬ଟା , ୧୭.୦୮.୨୦୨୬ ପାଇଁ ୧୬ ଅଗଷ୍ଟ ମଧ୍ୟାହ୍ନ ୧୨ଟା ଠାରୁ ୧୭ ଅଗଷ୍ଟ ସନ୍ଧ୍ୟା ୬ଟା ଏବଂ ୨୪.୦୮.୨୦୨୬ ପାଇଁ ୨୩ ଅଗଷ୍ଟ ମଧ୍ୟାହ୍ନ ୧୨ଟା ଠାରୁ ୨୪ ଅଗଷ୍ଟ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଡମ୍ବା – ବଇଦେଶ୍ଵର ସଂଯୋଗ କରୁଥିବା ସମ୍ପୂର୍ଣ୍ଣ ଟି-ବ୍ରିଜ୍କୁ “ନୋ ଭେଇକିଲ୍ ଜୋନ୍” ଭାବେ ଘୋଷଣା କରାଯାଇଛି । ସେହିପରି,ଏହି ସମୟ ମଧ୍ୟରେ ବଡ଼ମ୍ବା–ନରସିଂହପୁର ରାସ୍ତାର ଗୋପୀନାଥପୁର ଏବଂ ବାଙ୍କୀ– ବଇଦେଶ୍ୱର ରାସ୍ତାର ବଇଦେଶ୍ୱର ଛକରେ ଭାରୀଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ତେବେ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନଗୁଡ଼ିକୁ ଏହି କଟକଣା ଅନ୍ତର୍ଭୁକ୍ତ କରାଯାଇ ନାହିଁ। ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସୁବିଧାଜନକ ଦର୍ଶନ ବ୍ୟବସ୍ଥା ଏବଂ ଯାତାୟାତକୁ ସୁପରିଚାଳନା କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।