

କଟକ ତା ୦୩.୦୮.୨୦୨୬ : ସମାଜ କଲ୍ୟାଣ ଏବଂ ରାଷ୍ଟ୍ରର ନିର୍ମାଣ କ୍ଷେତ୍ରରେ ଜଗତଗୁରୁ କୃପାଳୁ ବିଶ୍ଵ ବିଦ୍ୟାଳୟ ସହାୟକ ହବ । ଛାତ୍ର ଛାତ୍ରୀ ମାନେ ଜ୍ଞାନ ଅହରଣ କରି ନିଜର ନୈତିକ ଓ ମୂଲ୍ୟବୋଧ ଶିକ୍ଷା ହାସଲ କରି ସମୃଦ୍ଧ ଓଡ଼ିଶା ସମୃଢ଼ ଭାରତ ବର୍ଷ ଗଠନ କରି ପାରିବେ । କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷରେ ଯୁବକ ଓ ଯୁବତୀ ମାନଙ୍କର ଦକ୍ଷତା ବୃଦ୍ଧି କରିବ। ବିଶେଷ କରି ଛାତ୍ର ଛାତ୍ରୀ ମାନେ ନୈତିକ ଶିକ୍ଷା ଓ ମୁଲେବୋଧ ଭିତ୍ତିକ ଶିକ୍ଷା ହାସଲ କରି ରଷ୍ଟ୍ର କୁ ବିକଶିତ କରିବା ଲକ୍ଷ୍ୟରେ ଆଗେଇ ନେବେ । ଜଗତଗୁରୁ କୃପାଳୁ ବିଶ୍ଵ ବିଦ୍ୟାଳୟ ଏକ ଉତ୍କୃଷ୍ଟ ଧରଣର ବିଶ୍ଵ ବିଦ୍ୟାଳୟ ରେ ପରିଣତ ହେବାକୁ ଯାଉଛି। ଏହି ବିଶ୍ୱବିଦ୍ୟାୟର ମୂଳ ଲକ୍ଷ୍ୟ ହେଲା ସମାଜ କଲ୍ୟାଣ ଓ ରାଷ୍ଟ୍ର ର ବିକାଶ ବୋଲି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି କଟକ ବାଙ୍କୀ ଅନ୍ତର୍ଗତ ବାଆରା ଠାରେ ଜଗତଗୁରୁ କୃପାଳୁ ବିଶ୍ଵ ବିଦ୍ୟାଳୟ କୁ ଉଦ୍ଘାଟନ କରି ପ୍ରକାଶ କରିଛନ୍ତି। ଜଗତ ଗୁରୁ କୃପାଳୁ ମହାରାଜ ଙ୍କ ପ୍ରେରଣା ରେ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ମୁକୁନ୍ଦା ନନ୍ଦ ଜି ଙ୍କ ନେତୃତ୍ୱ ରେ ଏହି ବିଶ୍ଵ ବିଦ୍ୟାଳୟ ସମ୍ଭାବ୍ ପର ହେଇଛି।ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଁରା ଠାରେ ଜଗତ ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟକୁ ଉଦ୍ଘାଟନ କରିଛନ୍ତି। ଓଡ଼ିଶାର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ ଐତିହାସିକ ଅଧ୍ୟାୟ ଯୋଡ଼ିଛି। ଏହି କାର୍ଯ୍ୟ କ୍ରମରେ ମହାମହିମ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ ପାଟି,ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ପ୍ରାୟ 100 ଏକର ଜମିରେ ବିକଶିତ ଜଗତ ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଓଡ଼ିଶା ରେ ଆନ୍ତର୍ଜାତିକ ମାନର ଉଚ୍ଚ ଶିକ୍ଷା ପ୍ରଦାନ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ଏଠାରେ ଛାତ୍ର ଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଆଧୁନିକ ଶିକ୍ଷା ସହିତ ଚରିତ୍ର ଗଠନ, ନୈତିକ ମୂଲ୍ୟବୋଧ, ଓ ସମାଜ ସେବାର ଚେତନାକୁ ଗୁରୁତ୍ବ ଦିଆଯାଇଛି। ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ, ପରିଚାଳନା , କମ୍ପ୍ୟୁଟର ବିଜ୍ଞାନ, ସ୍ୱାସ୍ଥ୍ୟ ବିଜ୍ଞାନ, ଓ ନେଚର ପଥି ଭଳି ବିଭିନ୍ନ ପାଠ୍ୟ କ୍ରମ ଆରମ୍ଭ ହେବ। ରାଷ୍ଟ୍ର ପତି ଙ୍କ ସୁରକ୍ଷା ୧୭ ପ୍ଲାଟୁନ୍ ପୁଲିସ ମୁତୟନ ହୋଇଥିଲେ । ରାଷ୍ଟ୍ର ପତି ଙ୍କ ଗସ୍ତ ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ମହିଳା ମାନେ ରାଷ୍ଟ୍ର ପତି ଙ୍କୁ ସ୍ଵାଗତ କରିଥିଲେ । ପ୍ରାରମ୍ଭରେ ସ୍ୱାମୀ ମୁକୁନ୍ଦା ନନ୍ଦ ଜୀ ମହାରାଜ ସ୍ଵାଗତ ଭାଷଣ ଦେଇଥିଲେ।