
କଟକ,୦୨/୮( କ ବ୍ୟୁ ) : ଚୌଦ୍ୱାର/କଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫୫ନଂ ୱାର୍ଡରେ ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସମ୍ମିଳନୀରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ସମର୍ଥକ ଯୋଗଦେଇ ଆଗାମୀ ଦିନରେ ଦଳର ସଂଗଠନକୁ ମଜବୁତ୍ କରିବା ସହ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ସଂକଳ୍ପ ନେଇଥିଲେ। କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂହଙ୍କ ନେତୃତ୍ୱରେ ଚୌଦ୍ୱାର-କଟକ ସଂଗଠନକୁ ଆଗାମୀ ଦିନରେ କିଭଳି ସଶକ୍ତ ଓ ସୁଦୃଢ କରାଯିବ,ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ସହିତ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦିଆଯାଇଥିଲା।
ଏହି ସମ୍ମିଳନୀର chodwar Cuttack netrumandali ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ତାପସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପ୍ତ ଖୁଣ୍ଟିଆ, ଚିରଞ୍ଜୟ ସାହୁ ଓ ଶିଶିର ପରିଜା, କାର୍ଯ୍ୟକାରୀ ସଭାପତି ଜୟଦେବ ଜେନା, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ସ୍ମୃତିରଞ୍ଜନ ନାୟକ, ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାପତି ମିତାଲି ଭଞ୍ଜ, ଚୌଦ୍ୱାର-କଟକ ମହିଳା ସଭାନେତ୍ରୀ ତଥା ପୂର୍ବତନ କର୍ପୋରେଟର କବିତା ଖଣ୍ଡେଇ, ନଗର ଉପସଭାପତି ରାଜେଶ ରଣା, ବିଷ୍ଣୁ ସାହୁ, ଭବାନୀ ଶଙ୍କର ଦାସ,ଅଞ୍ଜନ ପତ୍ର, ଯୁଧିଷ୍ଟିର ବିଶ୍ଵାଳ,ମିନତୀ ପ୍ରଧାନ, ପ୍ରଭାକର ନନ୍ଦ, ପ୍ରଭାତ ଜେନା, ରାକେଶ ବେହେରା ସ୍ନେହାଶିଷ ଶତପଥୀ, ସୌଭାଗ୍ୟ ଶତପଥୀ, ପ୍ରତାପ ଭୋଇ, ସନ୍ତୋଷ ମହାରଣା,ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ମାଧ୍ୟମରେ ରାଜ୍ୟର ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇଛନ୍ତି। ମାତ୍ର, ଦୀର୍ଘ ୨୪ ବର୍ଷ ଧରି ଦଳର ସୁବିଧା ଓ କ୍ଷମତା ଉପଭୋଗ କରିବା ପରେ କେତେକ ସ୍ଵାର୍ଥବାଦୀ ନେତା ସେମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳ ଛାଡ଼ି ଅନ୍ୟ ଦଳକୁ ଯାଇଥିବାରୁ ସମ୍ମିଳନୀରେ ସମାଲୋଚନା କରଯାଇଥିଲା। ଆଗାମୀ ଦିନରେ ସମସ୍ତ କର୍ମକର୍ତ୍ତା ଏକଜୁଟ ହୋଇ ଦଳୀୟ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ଭାବେ ପହଞ୍ଚାଇବା ପାଇଁ ଶପଥ ନେଇଥିଲେ। ଅନ୍ୟପଟେ ଏହି ୱାର୍ଡର ସ୍ଥାନୀୟ କର୍ପୋରେଟର ବିଜେଡି ଟିକଟରୁ ବିଜୟ ହୋଇଥିଲେ ବି ସମ୍ମିଳନୀରେ ସାମିଲ ହେବା ପରିବର୍ତ୍ତେ ଦଳରୁ ନିଲମ୍ବନ ହୋଇଥିବା ବିଧାୟକ ଏବଂ ବିଜେପିରେ ସାମିଲ୍ ହୋଇଥିବା ପୂର୍ବତନ ବିଧାୟକଙ୍କ ପ୍ରରୋଚନାରେ ପଡି ଅନୁପସ୍ଥିତ ରହିବା ୱାର୍ଡବାସୀଙ୍କୁ ଚକିତ କରିଛି।