ବିଷଧର ସାପ କାମୁଡି ମହିଳା ମୃତ

 

ଚଣ୍ଡୀଖୋଲ,(କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା): ଆଜି ସକାଳେ ନିଜ ବାଡ଼ିରେ ଥିବା କନିଅର ଫୁଲ ତୋଳୁଥିବା ବେଳେ ହଠାତ ଏକ ବିଷଧର ସାପ କାମୁଡିଦେବାରୁ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି l ସୂଚନା ଅନୁସାରେ ବଡ଼ଚଣା ଥାନା ବଡଘୁମୁରି ପଂଚାୟତ ଅହମ୍ମଦପୁର ଗ୍ରାମର ସୁବାସ ଚନ୍ଦ୍ର ମହାନ୍ତିଙ୍କ ସ୍ତ୍ରୀ ହରପ୍ରିୟା ମହାନ୍ତି(46) ସକାଳୁ ନିଜ ବାଡ଼ିରେ ଫୁଲ ତୋଳୁଥିବା ବେଳେ ଗଛରେ ଥିବା ଏକ ବିଷଧର ସାପ ତାଙ୍କୁ କାମୁଡିଦେଇଥିଲା l ସେ ସେଠାରେ ପଡିଯାଇଥିଲେ ଏବଂ ପରିବାର ଲୋକେ ତାଙ୍କୁ ବଡ଼ଚଣା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଅଭିଯୋଗ ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ୠଜୁ କରି ମୃତ ଦେହ ବ୍ୟବଚ୍ଛେଦ କରିବା ପରେ ପରିବାରଙ୍କୁ ହସ୍ତାନ୍ତର କରିଥିଲା l

Leave a Reply

Your email address will not be published. Required fields are marked *