ନିଟ ସଫଳତା ପାଇଥିବା ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

ଚଣ୍ଡିଖୋଲ ୨୭/୭(କ.ଵ୍ୟୁ )(ପ୍ରଶାନ୍ତ କୁମାର ଜେନା)ବଡ଼ଚଣା ଶିକ୍ଷା ମଣ୍ଡଳ ସମିଆ ପଞ୍ଚାୟତ କଳକଳା ଗ୍ରାମର ନିଟ ସଫଳତା ହାସଲ କରିଥିବା ଛାତ୍ରୀ ଶୁଚିସ୍ମିତା ବ୍ରହ୍ମ ଙ୍କୁ ବିଜେଡି ନେତା କ୍ୟାପଟେନ ରାଜନାରାୟ ମହାପାତ୍ର ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବୋର୍ଦ୍ଧିତ କରିବାସହ ତାଙ୍କର ଉର୍ନ୍ନତି କାମନା କରିଛନ୍ତି। ଶ୍ରୀ ମହାପାତ୍ର ଛାତ୍ରୀ ଙ୍କ କଳକଳା ବାସଭବନ ରେ ପହଂଚି ସମ୍ବୋର୍ଦ୍ଧିତ କରିଥିଲେ, ତାଙ୍କ ସହ ରାଜା ଉଜ୍ୱଳ ନାରାୟଣ ପ୍ରଦୀପ ବିଦ୍ୟାଧର ମହାପାତ୍ର, ସତ୍ୟପ୍ରକାଶ ଦାଶ, ରତ୍ନାକର ପ୍ରଧାନ, ବିବେକରଞ୍ଜନ ସୁବୁଦ୍ଧି, ଜଗନ୍ନାଥ ମୁଦୁଲି, ଲିକୁ ଦାଶ, ସଂଜୀବ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଶୁଚିସ୍ମିତା ୭00ରୁ ୬୪୯ମାର୍କ ରଖି ଭାରତୀୟ ରାଙ୍କ ୧୫୦୧ରଖିଛନ୍ତି। ଆଗାମୀ ଦିନରେ ଜଣେ ଡାକ୍ତର ହୋଇ ସେବା ଯୋଗାଇ ଦେବା ପାଇଁ କହିଛନ୍ତି। ବାପା ଅଶୋକ ବ୍ରହ୍ମ ଓ ମା ବସନ୍ତମଞ୍ଜରୀ ଦାଶ ଝିଅର ସଫଳତା ପାଇଁ ସମସ୍ତ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *